Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ବରଡାକଟା ରେ ସୋଲାର ଲାଇଟ ଲଗାଇବାରେ ଅନିୟମିତତା ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ବଡବର୍ଡାକଟା ଗ୍ରାମରେ ସୋଲାର ଲାଇଟ ଲଗାଇବାରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଏନେଇ ଗ୍ରାମର କେତେକ ବ୍ୟକ୍ତି ବ୍ଲକ କାର୍ଯ୍ୟାଳୟ କୁ ଯାଇ ଅଭିଯୋଗ କରିଛନ୍ତି। ବ୍ଲକରେ ବିଡିଓ ଙ୍କ ଅନୁପସ୍ଥିତରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କୁ ଭେଟି ଅଭିଯୋଗ କରିବା ସହିତ ଗ୍ରାମର ସବୁ ସ୍ଥାନରେ ସୋଲାର ଲାଇଟ ଲଗାଇବାକୁ ଦାବୀ କରିଛନ୍ତି। ଅଭିଯୋଗମତେ ବଡବର୍ଡାକଟା ଗ୍ରାମରେ ୧୦ଟି ସୋଲାର ଲାଇଟ ଲାଗାଇବା ପାଇଁ ଧାର୍ଯ୍ୟ ହୋଇଥିଲା। ମାତ୍ର ଗ୍ରାମରେ ସୋଲାର ଲାଇଟ ଗୁଡିକ ବିଭିନ୍ନ ସ୍ଥାନରେ ନ ଲଗାଇ ନିର୍ଦ୍ଦିଷ୍ଟ ଭାବେ କେବଳ ଗୋଟିଏ ପଡାରେ ବେଆଇନ ଭାବେ ଲଗାଇ ଦିଆଯାଇ ଥିବା ଅଭିଯୋଗ ହୋଇଛି।ଗ୍ରାମର ମାଇଝିବୁରୀ ସାହି ରେ ସବୁ ଲାଇଟ ଲଗାଯାଇ ଥିବାରୁ ଅନ୍ୟ ସାହି(ପଡା)ରୁ ଲୋକେ ବ୍ଲକ କାର୍ଯ୍ୟାଳୟ କୁ ଆସି ଅଭିଯୋଗ କରିଛନ୍ତି।ବିଡିଓ ମୋତିଲାଲା ସୁଲିଆ ଅନୁପସ୍ଥିତ ଥିବାରୁ ଗ୍ରାମବାସୀ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏନେଇ ବ୍ଲକ ଉପାଧ୍ୟକ୍ଷ ପରବର୍ତ୍ତି ସମୟରେ ଗ୍ରାମର ବିଭିନ୍ନ ସ୍ଥାନରେ ସୋଲାର ଲାଇଟ ଲଗାଯିବ ବୋଲି ଗ୍ରାମବାସୀ ଙ୍କୁ ଆଶ୍ବାସନା ଦେଇଛନ୍ତି । ଗ୍ରାମର ଅଗସ୍ତି ବେଲଘରିଆ, ଶଙ୍କର କର୍ଣ୍ଣ, ଜଗବନ୍ଧୁ ଦେହେରୀ, ପଞ୍ଚାନନ ରଣା, ବ୍ୟାସଦେବ ସାହୁ,ଦେବବ୍ରତ ପୁରୋହିତ, ସୁବ୍ରତ ପୁରୋହିତ, ବାଗିରଥି ଗାଇଗରିଆ, କିରଟି ବେଲଘରିଆ, ବିଜେଶ ମହାକୁର ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ ଙ୍କୁ ପଚାରିବାରୁ ଯେହେତୁ ବଡବର୍ଡାକଟା ଗ୍ରାମର ମାଇଝିବୁରୀ ସାହି ରେ ମନ୍ଦିର ସହିତ ବିଭିନ୍ନ ଅନୁଷ୍ଠାନ ରହିଛି ଏବଂ ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ସୋଲାର ଲାଇଟ ଲଗାଯାଇଛି। ପରବର୍ତ୍ତି ସମୟରେ ଗ୍ରାମର ବିଭିନ୍ନ ସ୍ଥାନରେ ସୋଲାର ଲାଗଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ