Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ CWCରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର‌୍ୟ୍ୟକାରୀ କମିଟିରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଏଥିରେ ନୂତନ ସଦସ୍ୟଙ୍କୁ ସାମିଲ୍ କରାଯିବା ସହ ଆଉ କିଛି ପରିବର୍ତ୍ତନ କରାଯାଇପାରେ। ବର୍ତ୍ତମାନର ସିଡବ୍ଲ୍ୟୁସିରେ ମହିଳା କଂଗ୍ରେସ, ଯୁବ କଂଗ୍ରେସ ପରି ଆଗ ଧାଡ଼ିର ସଂଗଠନର ପ୍ରମୁଖଙ୍କ ସହିତ ୨୫ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ରହିଛନ୍ତି। ଚଳିତ ବର୍ଷ ଫେବୃଆରୀରେ ରାୟପୁରରେ ଆୟୋଜିତ କଂଗ୍ରେସର ପୂର୍ଣ୍ଣକାଳୀନ ଅଧିବେଶନରେ କାର‌୍ୟ୍ୟକାରୀ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ କରାଇବା ପରିବର୍ତ୍ତେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସଦସ୍ୟଙ୍କ ନାମ ନାମାଙ୍କିତ କରିବାକୁ ଦାୟିତ୍ଵ ଦିଆଯାଇଥିଲା।

କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଏସସି, ଏସଟି, ଓବିସି, ମହିଳା, ଯୁବ ଏବଂ ସଂଖ୍ୟା ଲଘୁ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ପାଇଁ ପାର୍ଟି ନିଜ ସମ୍ବିଧାନରେ ସଂଶୋଧନ କରିଥିଲା। ପାର୍ଟି ସିଡବ୍ଲ୍ୟୁସି ସଦସ୍ୟଙ୍କ ସଂଖ୍ୟା ୨୫ରୁ ବୃଦ୍ଧି କରି ୩୫ କରିଥିଲା। ଅନେକ ବରିଷ୍ଠ ନେତାଙ୍କ କହିବା କଥା ପାର୍ଟିରେ ନୂତନ ଉର୍ଜା ଭରିବା ପାଇଁ ନୂତନ ପ୍ରତିଭାକୁ ସାମିଲ୍ କରିବା ଜରୁରୀ। ତେଣୁ ଆଞ୍ଚଳିକସ୍ତରର ଅଭିଜ୍ଞ ନେତାଙ୍କୁ ଦଳ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ରମେଶ ଚେନ୍ନିଥଲା, ପୂର୍ବଦଳିତ କଂଗ୍ରେସ ପ୍ରମୁଖ ନୀତିନ ରାଉତ, ରାଜ୍ୟସଭା ସାଂସଦ ରଞ୍ଜିତ ରଞ୍ଜନ, କର୍ଣ୍ଣାଟକର ବରିଷ୍ଠ ନେତା ବିକେ ହରିପ୍ରସାଦ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବୋଦକାନ୍ତ ସହାୟ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜ ଚୌହାନଙ୍କ ପରି ନେତାଙ୍କ ନାମ ସିଡବ୍ଲ୍ୟୁସିରେ ସାମିଲ୍ ହେବାରେ ସବୁଠୁ ଆଗରେ ରହିଛି। କଂଗ୍ରେସ ମତରେ ୨୦୨୪ ଲୋକସଭା ନିର୍ବାଚନରେ ସହଯୋଗୀ ଦଳଗୁଡ଼ିକ ସହିତ ଉନ୍ନତ ସମନ୍ଵୟ ଏବଂ ବିଜେପିକୁ ଟକ୍କର ଦେବାକୁ ହେଲେ ଏମିତି ଲୋକଙ୍କ ଆବଶ୍ୟକତା ରହିଛି, ଯିଏ ନିଜ ଅଞ୍ଚଳର ରାଜନୀତିକୁ ବେଶ ଭଲ ଭାବେ ଜାଣିଥିବେ ଏବଂ ସ୍ଥିତିକୁ ପରଖି ପାରୁଥିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ