Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁରରେ ଥମୁନି ହିଂସା, ଉଗ୍ରବାଦୀଙ୍କ ହମଲାରେ ୯ ମୃତ, ୧୦ ଆହତ

ଇମ୍ଫାଲ: ମଣିପୁରରେ ହିଂସା ଘଟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ରାତିରେ ଇମ୍ଫାଲର ପୂର୍ବ ଜିଲ୍ଲାରେ ପୁଣି ଥରେ ହିଂସା ଘଟିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଏହା ସହିତ ମଣିପୁରରେ ହିଂସାଜନିତ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଛି। ମେ ୩ରୁ ମେତେଇ ସମୁଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ପୋଲିସ ଅନୁଯାୟୀ, ପୂର୍ବ ଇମ୍ଫାଲ ଜିଲ୍ଲାରେ ଅଗିଜଙ୍ଗ ଗାଁରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି।

ବଡ଼ ସଂଖ୍ୟାରେ ସଶସ୍ତ୍ର ଉପଦ୍ରବୀ କୁକି ଗାଁରେ ରାତି ୧୦ଟାରୁ ୧୦ଟା ୩୦ ମଧ୍ୟରେ ଆକ୍ରମଣ କରିଥିଲେ। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଉପଦ୍ରବୀଙ୍କ ସହ ଗୁଳି ବିନିମୟ ଘଟିଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମସ୍ତେ ମେତେଇ ସମୁଦାୟର ହୋଇଥିବା କୁହାଯାଉଛି। ୧୦ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଆସାମ ରାଇଫଲ୍ସକୁ ମୁତୟନ କରାଯାଇଛି। କୌଣସି ପ୍ରକାରର ଅଘଟଣକୁ ଟାଳିବା ପାଇଁ ସେନାଙ୍କ ସଂଖ୍ୟା ବଢାଯାଇଛି। ଏସପି କହିଛନ୍ତି ହିଂସା ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ଘଟଣା ପରେ କୁକି ଏବଂ ମେତେଇ ସମୁଦାୟ ପରସ୍ପର ଉପରେ ଦୋଷ ଲଦି ଚାଲିଛନ୍ତି। ତେବେ ସଶସ୍ତ୍ର ଉପଦ୍ରବୀଙ୍କ ସଂଖ୍ୟା ଅଧିକ ଥିବାରୁ ଅଗିଜଙ୍ଗ ଗାଁର ସ୍ଥାନୀୟ ଲୋକେ ଘଟଣାକୁ ରୋକି ପାରି ନ ଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ