Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଟିକୁ ଧକଦେଲା ସ୍କୁଟି, ଜଣେ ଗୁରୁତର

ବେଲଗୁଣ୍ଠା: ଆଜି ବେଲଗୁଣ୍ଠା ମୁଖ୍ୟ ସଡ଼କ ପାର୍ଶ୍ୱରେ ଥିବା ଗୋପାଳ ସ୍ନାକ୍ସ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ସ୍କୁଟିକୁ ଅନ୍ୟ ଏକ ସ୍କୁଟି ଧକ୍କା ଦେବାରୁ ଚାଳକ ଗୁରୁତର ଆହତ ହୋଇଛନ୍ତି I ସୂଚନା ପ୍ରକାରେ ମାଟିଆ ସାହି ଗ୍ରାମର ସୁବାଷ ପ୍ରଧାନ(52) କିଛି ବଜାର ସଉଦା ଧରି ବାଲିପଦର ଦିଗରୁ ଆସି ବେଲଗୁଣ୍ଠା ସ୍ଥିତ ଗୋପାଳ ସ୍ନାକ୍ସ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ସ୍କୁଟିକୁ ଧକ୍କା ଦେଇ ନିଜ ସ୍କୁଟିରୁ ତଳେ ଛିଟିକି ପଡିଥିଲେ I ଫଳରେ ସୁବାଷଙ୍କ ମୁଣ୍ଡ ଏବଂ ଦେହରେ ଆଘାତ ଲାଗିଥିଲା I କିଛି ସ୍ଥାନୀୟ ଲୋକେ ସୁବାଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଛିକିତ୍ସା କରାଇବା ପରେ ଏକ ଅଟୋ ଯୋଗେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ