Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ସରକାରଙ୍କ ନାଲି ଆଖି ମଳିନ ପଡ଼ି ଯାଇଛି, ପିଏମ ଚାଇନା ଚଷମା ପିନ୍ଧି ରଖିଛନ୍ତି: ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଗୁରୁବାର ଗଲଓ୍ଵାନ ଘାଟିରେ ୨୦୨୦ରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ ସହିଦ ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି। କଂଗ୍ରେସ ଏଲଏସିରେ ସାଂପ୍ରତିକ ସ୍ଥିତିକୁ ନେଇ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ସମାଲୋଚନା କରିଛନ୍ତି। କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନକୁ କ୍ଲିନ ଚିଟ୍ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବଡ଼ ବିପଦ।

କଂଗ୍ରେସ ଅଧ୍ୟକ୍ଷ ଟୁଇଟ୍ କରି କହିଛନ୍ତି, ୩ ବର୍ଷ ପୂର୍ବେ ଗଲଓ୍ଵାନ ଘାଟିରେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ୨୦ ବୀର ଯବାନଙ୍କୁ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ। ମୋଦୀ ସରକାରଙ୍କ ବିଫଳତା କାରଣରୁ ଏଲଏସିରେ ପୂର୍ବର ଆଉ ସ୍ଥିତାବସ୍ଥା ନାହିଁ। ଆମେ ୬୫ରୁ ୨୬ ପାଟ୍ରୋଲିଂ ପଏଣ୍ଟରେ ନିଜର ଅଧିକାର ହରାଇ ସାରିଛନ୍ତି।

କେନ୍ଦ୍ର ଉପରେ ଟାର୍ଗେଟ୍ କରି ଖଡ଼ଗେ କହିଛନ୍ତି, ସଂସଦରେ ଅନେକ ଥର ଏହି ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରିଛୁ, ମାତ୍ର ମୋଦୀ ସକରାର ଭାରତୀୟମାନଙ୍କୁ ଅନ୍ଧକାରରେ ରଖିବାକୁ ଚାହୁଁଛି। ମୋଦୀ ଗଲଓ୍ଵାନ ଘାଟିରେ ଚୀନକୁ ଯେଉଁ କ୍ଲିନ ଚିଟ୍ ଦେଇଛନ୍ତି, ତାହାର ପରିଣାମ ଦେଶକୁ ଭୋଗିବାକୁ ପଡ଼ିବ। ଏହା ଆମର ରାଷ୍ଟ୍ରୀୟ ସୁରକ୍ଷା ଏବଂ କ୍ଷେତ୍ରୀୟ ଅଖଣ୍ଡତା ପାଇଁ ବଡ଼ ଝଟକା।

କଂଗ୍ରେସ ନେତା କହିଛନ୍ତି, ମୋଦୀଙ୍କ ନାଲି ଆଖି ମଳିନ ପଡ଼ି ଯାଇଛି। ଏହା ଉପରେ ସେ ଚୀନ ରଙ୍ଗର ଚଷମା ପିନ୍ଧି ରଖିଛନ୍ତି। ଏକ ଦାୟିତ୍ଵବାନ ବିରୋଧୀ ହିସାବରେ ଆମର କାମ ଚୀନର ବିସ୍ତାରବାଦୀ ନୀତି ବିରୋଧରେ ଦେଶକୁ ଏକଜୁଟ୍ ରଖିବା ଏବଂ ସତ୍ୟକୁ ସାମ୍ନାକୁ ଆଣିବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ