ମଣ୍ଡିରେ ଉଠୁନି ଧାନ ଚିନ୍ତାରେ ଚାଷି


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଳାରେ ଏବେ ଧାନ ବିକିବା ନେଇ ଚିନ୍ତାରେ ଚାଷି । ଟୋକନ ଧରି ଚାତକ ପରି ଧାନ ବିକ୍ରୀକୁ ଚାହିଁ ବସିଛନ୍ତି ଚାଷି । ହେଲେ ନାଁ ଗାଡି ଆସୁଛି ନାଁ ଧାନ ଉଠୁଛି, ଟାଣ ଖରା ଓ ଅସହ୍ୟ ଗୁଲୁଗୁଲି ରେ ଧାନ ବିକିବା ଆଶାରେ ମଣ୍ଡି ରେ ଚାହିଁ ବସିଛନ୍ତି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ଜାଲୋଏ ପ୍ରାଥମିକ କୃଷି ସମବାୟ ସମିତି ଲି ରେ ଧାନ ଉଠୁନଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ଶହ ଶହ କୁଇଣ୍ଟାଲ ଧାନ ଜମା କରି ଧାନ ବିକିବାକୁ ମଣ୍ଡିରେ ଚାହିଁ ବସୁଛନ୍ତି । ସେହିପରି ସହରାପାଲି ମଣ୍ଡି ରୁ ମଧ୍ୟ ଧାନ ଉଠୁ ନ ଥିବାରୁ ସମସ୍ତ ଚାଷୀ ଆସି ସମ୍ପାଦକ ଙ୍କୁ ଅଭିଯୋଗ କଲେ ସମ୍ପାଦକ ଶୁଣୁନଥିବା ଅଭିଯୋଗ କରିଛନ୍ତି ଚାଷୀ। ଅନ୍ୟ ପକ୍ଷେ ଧାନ ବିକି ନ ପାରିଲେ ପ୍ୟାକ୍ସ ରେ ତାଲା ପକାଇବା ସହ ସିଏସଓ ଅଫିସ ରେ ମଧ୍ୟ ଧାନ ନେଇ ରଖି ଆନ୍ଦୋଳନ କରିବାକୁ ଚଷୀମାନେ କହିଛନ୍ତି ।