Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଠା ଓ ଆମ୍ବ ଖାଇ ବାନ୍ତିରେ ୧୦ ଆକ୍ରାନ୍ତ, କୋକସରା ଡାକ୍ତରଖାନାରେ ଚିକିତ୍ସିତ

କୋକସରା: ଚକୁଳି ପିଠା ଓ ଆମ୍ବ ଖାଇବା ପରେ ଫୁଡ଼ ପଏଜନ ହୋଇ କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ କଲୋନି ପଡା ର ୧୦ ଜଣ ମହିଳା ପୁରୁଷ, ଶିଶୁ ବାନ୍ତିରେ ଆକ୍ରାନ୍ତ ହୋଇ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଛି।ସୂଚନା ଅନୁସାରେ ଡ଼ହଗାଁ କଲୋନି ପଡା ର କିଶୋର ମଙ୍ଗରାଜ(୩୦), କବିତା ମଙ୍ଗରାଜ (୫୦),ପ୍ରିୟଦର୍ଶନୀ ଠାକୁର(୩୫), ପ୍ରମିତା ଠାକୁର(୩୨) ସତ୍ୟବତୀ ବାଗ(୫୦)ମଙ୍ଗନି ବେୱ।(୮୨) ଚାନ୍ଦ ମଙ୍ଗରାଜ(୫),ମୁସ୍କାନ ବିହାରୀ(୭) ଲିପୁନ ଠାକୁର(୧୧) ସ୍ନେହା ଠାକୁର(୫) ଆମ୍ବ ଓ ପିଠାପଣା ଖାଇବା ପରେ ବାନ୍ତି ହୋଇଥିଲା। ପରେ ସମସ୍ତ ଙ୍କ ଅବସ୍ଥା ଗୁରୁତର ହେବାରୁ ଗୁରୁବାର ସକାଳୁ ଆକ୍ରାନ୍ତ ମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସେମାନଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ବେଳେ ଏ ନେଇ ଚିକିତ୍ସା କରୁଥିବା ଡାକ୍ତର ଅଭିଷେକ ବେହେରା ଙ୍କ ମତାମତ ନେବାରୁ ପିଠା, ଆମ୍ବ ଖାଇବା ପରେ ଫୁଡ଼ ପଏଜନ ହୋଇ ବାନ୍ତି ହୋଇଛି। ବର୍ତମାନ ଚିକିତ୍ସା ପରେ ସମସ୍ତ ଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ନେଇ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ