Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଙ୍ଗାପୁରର ଅଭିଜ୍ଞତା ବାଣ୍ଟିଲେ ଭୈରବୀ ସ୍ବୟଂସହାୟକ ଗୋଷ୍ଠିର ମହିଳା ସଦସ୍ୟ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ମାଁ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମମତା ସାହୁ ସିଙ୍ଗାପୁର ଯାଇ ଫେରିବା ପରେ ତାଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଲନି କକ୍ଷ ରେ ଜିଲ୍ଲାପ୍ରଶାସନ ତରଫରୁ ଆୟୋଜିତ ଏକ ସଭା ରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟଅତିଥି ଭାବରେ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ସମ୍ମାନିତ ଅତିଥି ଭାବ ଯୋଗ ଦେଇ ମମତା ଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିବା ସହିତ ଆଗାମୀ ଦିନରେ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମଧ୍ୟ ଭଲ କାମ କଲେ ବିଦେଶ ଯାଇପାରିବେ ବୋଲି କହିଥିଲେ । ଏହି ସଭା ରେ ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ ଓ ମମତା ଙ୍କ ସିଙ୍ଗାପୁର ଗ୍ରସ୍ତର ଅଭିଜ୍ଞତା ଶୁଣିଥିଲେ । ସିଙ୍ଗାପୁର ରେ ଓଡ଼ିଶାରୁ ବିଭିନ୍ନ ଜିନିଷ ନେଇ ଭଲ ବେପାର କରି ହେବ ବୋଲି କହିବା ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ