ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ା ସ


ସୁବର୍ଣ୍ଣପୁର-ଅଘୋଷିତ ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ବିଜେପି ପକ୍ଷରୁ TPWODL କାର୍ଯ୍ୟାଳୟ ଘେରାଉ । ଘନ ଘନ ବିଦ୍ୟୁତ କାଟ ବିରୋଧରେ ଆଜି ସୁବର୍ଣ୍ଣପୁର ଓ ବିରମହାରାଜପୁରରେ ବିଜେପି ପକ୍ଷରୁ ପ୍ରତିବାଦ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ପ୍ରଦର୍ଶନ କରାଯାଇଛି I ବିନା ପୂର୍ବ ସୂଚନାରେ ଅଘୋଷିତ ବିଦ୍ୟୁତ କାଟ ଓ ରାଜ୍ୟରେ ପ୍ରଚଣ୍ଡ ଗୁଲୁଗୁଳିରେ ଏଭଳି ଘନ ଘନ ବିଦ୍ୟୁତ କାଟ ବିରୋଧରେ ରାଜ୍ୟ ବିଜେପି ଡାକରାରେ ଏହି ଆନ୍ଦୋଳନ କରାଯାଇଛି । ସୁବର୍ଣ୍ଣପୁରରେ ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ TPWODL ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏହାର ପ୍ରତିବାଦ କରାଯାଇଥିବାବେଳେ ବିରମହାରାଜପୁରରେ ପୁର୍ବତନ ବିଧାୟକ ପ୍ରାର୍ଥି ରଘୁନାଥ ଜଗଦଲାଙ୍କ ନେତୃତ୍ବରେ ଉପଖଣ୍ଡ ବିଦ୍ୟୁତ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଦ୍ୟୁତ ବିଭ୍ରାଟ ତୁରନ୍ତ ବନ୍ଦ ନକଲେ ଆଗାମୀ ଦିନରେ ଜୋରଦାର ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି l