Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସକୁ ମମତାଙ୍କ ଚେତାବନୀ, ଯଦି ପଶ୍ଚିମବଙ୍ଗରେ ବିଜେପିକୁ ସମର୍ଥନ କରିବ…

ନୂଆଦିଲ୍ଲୀ: କଂଗ୍ରେସକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀ। ମମତା କହିଛନ୍ତି, ଯଦି ପଶ୍ଚିମବଙ୍ଗରେ କଂଗ୍ରେସ ବିଜେପିର ସହଯୋଗ କରେ ତେବେ ଜାତୀୟ ସ୍ତରରେ ସମର୍ଥନର ଆଶା କରିବା ଉଚିତ୍ ନୁହେଁ। ମମତା ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନକୁ ନେଇ କହିଛନ୍ତି, ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ରହିଛି।

ମମତାଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେବେ ଜୁନ ୨୩ରେ ପାଟନାରେ ବିରୋଧୀଙ୍କ ମହା ବୈଠକ ହେବାକୁ ଯାଉଛି। ଏଥିରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସହିତ ଅନେକ ପାର୍ଟି ଯୋଗ ଦେବେ। ମମତା ବାନାର୍ଜୀ, ଅଖିଳେଶ ଯାଦବ, ଅରବିନ୍ଦ କେଜରିଓ୍ଵାଲ, ହେମନ୍ତ ସୋରେନ ସମେତ ଅନେକ ପାର୍ଟି ଏହି ବୈଠକରେ ଯୋଗ ଦେବେ।

ତେବେ ମମତାଙ୍କ ଏହି ବୟାନ ଉପରେ କଂଗ୍ରେସ ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ତେବେ ମମତା ବାନାର୍ଜୀ କେଉଁ ପରିପ୍ରେକ୍ଷୀରେ ଏମିତି ଟିପ୍ପଣୀ କରିଛନ୍ତି ତାହା ସ୍ପଷ୍ଟ ଜଣା ପଡିନି। କିନ୍ତୁ ବିରୋଧୀଙ୍କ ମହା ବୈଠକ ପୂର୍ବରୁ ତାଙ୍କର ଏହି ବୟାନ ବେଶ ଗୁରୁତ୍ଵ ବହନ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ