Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବେ ବର୍ଷ ବୟସରେ ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ବେଲଗୁଣ୍ଠା,17/06,ପବିତ୍ର ରଜ ସଂକ୍ରାନ୍ତି ଅର୍ଥାତ୍ ଗୁରୁବାର ବିଳମ୍ବିତ ରାତ୍ରିରେ ବେଲଗୁଣ୍ଠା ବ୍ଳକ୍ ସିଂହମର୍ଦ୍ଦନ ଗ୍ରାମର ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ଈଶ୍ଵର ପରିଡ଼ାଙ୍କର ନବେ ବର୍ଷ ବୟସରେ ପରଲୋକ ଘଟିଛି I ସ୍ୱର୍ଗତ ଈଶ୍ଵର କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିବା ବେଳେ ଗୁରୁବାର ରାତ୍ରି ଏଗାର ଘଣ୍ଟା ତିରିଶି ମିନିଟ୍ ସମୟରେ ସିଂହମର୍ଦ୍ଦନ ସ୍ଥିତ ନିଜ ବାସ ଭବନରେ ଦେହ ତ୍ୟାଗ କରିଥିଲେ I ଈଶ୍ଵରଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ଝିଅ ମଞ୍ଜୁଲତା,ଯମୁନା, ଜ୍ୱାଇଁ ଭିକାରୀ, ପ୍ରଭାକର, ନାତି ଶିଶିର,ନାତୁଣି ସୁନିତା, ନାତୁଣି ବୋହୂ ବର୍ଷାଙ୍କ ସମେତ ବନ୍ଧୁବର୍ଗ ଉପସ୍ଥିତ ଥିଲେ I ସ୍ଵର୍ଗତ ଈଶ୍ଵର ଜଣେ ପରୋପକାରୀ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଅଞ୍ଚଳରେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ I ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ସମସ୍ତ ପ୍ରେସକ୍ଲବ ସଦସ୍ୟ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ଵର୍ଗତ ଈଶ୍ଵରଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ଗ୍ରାମ ଶ୍ମଶାନରେ ଈଶ୍ଵରଙ୍କ ଶେଷକୃତ୍ଯ ସମ୍ପନ୍ନ କରାଯାଇଥିବା ବେଳେ ବଡ଼ ଜ୍ୱାଇଁ ଭିକାରୀ ମୁଖାଗ୍ନି ଦେଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ