Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାଂସଦ ଓ ବିଧାୟକଙ୍କ ଦ୍ଵାରା ନୂତନ ଅଙ୍ଗନାବାଡି ଗୃହ ଉଦଘାଟିତ,

ବେଲଗୁଣ୍ଠା, 17/06,ଆଜି ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ବେଲଗୁଣ୍ଠା ସ୍ଥିତ ପାଞ୍ଚ ନମ୍ବର୍, ଛଅ ନମ୍ବର୍, ସାତ ନମ୍ବର୍, ଆଠ ନମ୍ବର୍, ଦଶ ନମ୍ବର୍ ଓ ତେର ନମ୍ବର୍ ୱାର୍ଡ୍ ରେ ଛଅଟି ଅଙ୍ଗନୱାଡ଼ି କେନ୍ଦ୍ରର କୋଠା କୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ I ଏହି ଅବସରରେ ବିଧାୟକ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଙ୍ଗନୱାଡ଼ି କେନ୍ଦ୍ରର ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀ ବସିବା ପାଇଁ ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇପାରିଛି ଏବଂ ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ନବୀନ ସରକାର ପ୍ରତିଶୃ୍ତି ବଦ୍ଧ ବୋଲି ସେ ପ୍ରକାଶ କରିଥିଲେ I ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ,ସିଡିପିଓ ଗାୟତ୍ରୀ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ନଗରପାଳ ଫିରୋଜ କୁମାର ସେଠୀ,ଉପନଗରପାଳ ଟି.ବବିତା କୁମାରୀଙ୍କ ସମେତ ସମସ୍ତ କାଉନସିଲର୍,ବିଭିନ୍ନ ପଂଚାୟତର ସରପଞ୍ଚ,ସମିତିସଭ୍ୟ,, ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ବହୁ ଜନ ସାଧାରଣ ଯୋଗଦେଇଥିଲେ I