Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବର୍ଣ୍ଣପୁର ଜିଲ୍ଲା ସାହାଜ ବାହାଲ ଗାଁରେ ନିଆଁଲାଗି ଜଳିଗଲା ୪ ବଖରା ଘର, ଲକ୍ଷାଧିକଟଙ୍କାର ଜିନିଷ ପୋଡି ପାଉଁଶ ା

ସୁବର୍ଣ୍ଣପୁର-ନିଆଁଲାଗି ଜଳିଗଲା ଚାରି ବଖରା ଘର ଓ ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୂଝାରୀ ସାହାଜବାହାଲ ଗାଁର ଜୁରାବୁନ୍ଦଳି ସାହିର ସୁବଳ ପୂଝାରୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ।ଚାଷଜମି ନିଆଁରେ ସୁବଳଙ୍କ ୪ ଟି ଚାଳଘର ସହିତ ଗୋଟିଏ ଗାଇ ଗୁହାଳ ଏବଂ ୪୫ ପ୍ୟାକେଟ ଧାନ,୨୦ ପ୍ୟାକେଟ ସାର ,୫ ଏଚପି ମୋଟର ପାଇପ, ୨ ଗୋଟି କିରୋସିନୀଚାଳିତ ମୋଟର ସହିତ ଖାଇବା ଚାଉଳ ଓ ଘରର ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି ।କିଛି ଦୁର୍ବୁତ୍ତ ବିଲରେ ନଡ଼ା ପୋଡିବା ପାଇଁ ନିଆଁ ଲଗାଇଥିବାରୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି ।ଖବର ପାଇ ଘଟଣା ସ୍ଥଳକୁ ବିନିକା ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଂଚି ନିଆଁକୁ ଆୟତ୍ତ କରିଥିଲେ ବି ସବୁ ପୋଡି ନଷ୍ଟ ହୋଇଯାଇଥିଲା ।