Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆ ଉଡ୍ରl ରେ କାହାଣୀ କାନ୍ଦୁଛି ଆଖି ଲୁଚେଇ ନାଟକ ମଞ୍ଚସ୍ତ

ବେଲଗୁଣ୍ଠା, 17/06,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନୂଆଁ ଉଢୁରା ପଲ୍ଲୀ ଯୁବକ ସଂଘର 71 ତମ ବାର୍ଷିକଉତ୍ସବ ଅବସରରେ ଶୁକ୍ରବାର ରାତ୍ର ଦଶ ଘଣ୍ଟ ସମୟରେ ଯୁବକ ସଂଘର କଳାକାର ମାନଙ୍କୁ ନେଇ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ କାହାଣୀ କାନ୍ଦୁଛି ଆଖି ଲୁଚେଇ ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି I ଏହି ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ଅଶୋକ କୁମାର ପଣ୍ଡା ଏବଂ ନାଟକକୁ ଉପସ୍ଥାପନ କରିଥିଲେ ଅଜିତ୍ କୁମାର ପଣ୍ଡା I ଏହି ନାଟକକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦ୍ଘାଟନ କରିଥିବା ବେଳେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଏବଂ ଭଞ୍ଜନଗର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶିବରାମ ପଣ୍ଡା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏବଂ ସଭାପତିତ୍ୱ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ I ଏଥିରେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ,ଉପାଧ୍ୟକ୍ଷା ଟି.ବବିତା କୁମାରୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ଜିଲ୍ଳାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ଵର ପାତ୍ର, ସ୍ଥାନୀୟ ସରପଞ୍ଚ ବିଷ୍ଣୁ ସେଠୀ, ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ,ସାମ୍ବାଦିକ ସୁଶାନ୍ତ କୁମାର ବେହେରା,ପଞ୍ଚାୟତ ବିଜେଡ଼ି ସଭାପତି ସନ୍ତୋଷ ଜେନା, ଗ୍ରାମ୍ୟ ସଭାପତି ନୀଳମାଧବ ପୋଲାଇଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ I ନାଟକରେ ପୁରୁଷ ଭୂମିକାରେ ସଞ୍ଜୟ, ଅଜିତ୍, ବଳରାମ,ବିଶିକେଶନ,ଭିକାରୀ,ମନୋଜ, ଟୁକୁନା, ସୂର୍ଯ୍ୟ, ଫକୀର, ମଧୁ, ରଞ୍ଜିତ୍, ଟୁଲୁ, ପଞ୍ଚୁ, ସନ୍ତୋଷ ଓ ନିଶୁ ପ୍ରମୁଖ ଅଭିନୟ କରିଥିଲେ I ନାଟକକୁ ଦେଖିବାପାଇଁ ବହୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I