Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୋଲିସ ର ଚଢାଉ ରେ ବେଆଇନ ରନ୍ଧା ମଦ ଜବତ; ଦୁଇ ଗିରଫ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଦକ୍ଷିଣିପାଲି ଏବଂ ଦଶରାଜପୁର ଠାରେ ଉଲୁଣ୍ଡା ଥାନା ପୋଲିସ ଚଢାଉ କରି ବିପୁଳ ପରିମାଣ ରେ ବେଆଇନ ରନ୍ଧା ମଦ ଜବତ କରିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ ପରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ମାନେ ହେଲେ ଉଲୁଣ୍ଡା ଥାନା ଅନ୍ତର୍ଗତ ଦକ୍ଷିଣିପାଲି ଗ୍ରାମର ପ୍ରସନ୍ନ ମେହେର (୩୫) ଏବଂ ଦଶରାଜପୁର ଗ୍ରାମର ହାଡୁ ମେହେର (୫୦) ବୋଲି ଜଣାପଡିଛି। ସୂଚନା ମୁତାବକ ଶୁକ୍ରବାର ରାତ୍ରି ସମୟରେ ଉଲୁଣ୍ଡା ପୋଲିସ କୌଣସି ସୁତ୍ରରୁ ଖବର ପାଇ ଦକ୍ଷିଣିପାଲି ଛକ ରାସ୍ତା ରେ ଚଢାଉ କରି ଉକ୍ତ ସ୍ଥାନରୁ ୪୦ ଲିଟର ବେଆଇନ ଦେଶି ମଦ ଜବତ କରିବା ସହିତ ଅଭିଯୁକ୍ତ ପ୍ରସନ୍ନ ମେହେର କୁ ଗିରଫ କରି ଥିବା ଜଣାପଡିଛି। ସେହିପରି ଦଶରାଜପୁର ରାସ୍ତା ରେ ମଧ୍ଯ ବେଆଇନ ଦେଶି ମଦ ବିକ୍ରୀ ହେଉଥିବା ପୋଲିସ ଖବର ପାଇ ଚଢାଉ କରିଥିଲା । ସେଠାରୁ ମଧ୍ଯ ୫୦ ଲିଟର ବେଆଇନ ଦେଶି ମଦ ଜବତ କରିବା ସହିତ ଅଭିଯୁକ୍ତ ହାଡୁ ମେହେର କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ତେବେ ଉଭୟେ ଙ୍କ ନାମରେ ମାମଲା ରୁଜୁ କରି ପୋଲିସ ଶନିବାର ତାଙ୍କୁ କୋର୍ଟ ଚାଲାଣ କରିଥିବା ଉଲୁଣ୍ଡା ଥାନା ଆଇଆଇସି ଯୋଗେଶ ପଣ୍ଡା ସୂଚନା ଦେଇଛନ୍ତି।