Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରାୟଣପୁର ଅଗ୍ନି ବିପନ୍ନ ପରିବାର ଙ୍କୁ ରେଡକ୍ରସ ତରଫରୁ ସହାୟତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମପଞ୍ଚାୟତ ର ନାରାୟଣପୁର ଗ୍ରାମର ୨ ଅଗ୍ନି ବିପନ୍ନ ପରିବାରକୁ ରାଜ୍ୟ ରେଡକ୍ରସ୍ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ଶନିବାର ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ଏଡିଇଓ ଡ. ରାଧାକାନ୍ତ ଗଡତିଆ, ସ୍ଥାନୀୟ ସମାଜସେବୀ ବିନୋବାନନ୍ଦ ପଧାନ, ବରିଷ୍ଠ ସାଧନକର୍ମି ଚନ୍ଦ୍ରମଣି ବାଘ, ଜଟେ ସିଂହା ହାଇସ୍କୁଲ ର ପ୍ରଧାନଶିକ୍ଷକ ତ୍ରିପୁର।ରି ରଥ ପ୍ରମୁଖ ଏହି ପରିବାରର ବିପତ୍ତି ସମୟରେ ଉପସ୍ଥିତ ରହି ରାଜ୍ୟ ରେଡକ୍ରସ ତରଫରୁ ପଠାଇଥିବା ମୌଳିକ ଆବଶ୍ୟକତା ସାମଗ୍ରୀ ପ୍ରଦାନ କରିଥିଲେ । ଗତ ୮ ତାରିଖର ଦୁଇ ଗୋଟି ପରିବାରର ଘର ପୋଡ଼ି ଯାଇଥିବା ଖବର ପାଇ ଉକ୍ତ ବ୍ଲକ ର ଜୁନିଅର ରେଡକ୍ରସ ର ସାଧନକର୍ମି ଏବଂ ପରାମର୍ଶଦାତା ମାନେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଙ୍କ ମାଧ୍ୟମରେ ରାଜ୍ୟ ଜୁନିଅର ରେଡକ୍ରସ ଅଫିସରଙ୍କୁ ସୂଚନା ଦେଇ ଅଗ୍ନି ବିପନ୍ନ ପରିବାରକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏ କଥାକୁ ଦୃଷ୍ଟିରେ ରଖି ଗୁରୁତ୍ୱ ସହ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଭାରତୀୟ ରେଡକ୍ରସ ଓଡ଼ିଶା ଶାଖାର ସହମତି କ୍ରମେ ଏହି ପରିବାରଦ୍ୱୟକୁ ତାରପୋଲିନ, ଷ୍ଟୋଭ,ସାବୁନ, ଦିଟର୍ଜେଣ୍ଟ ପାଉଡର, ଷ୍ଟିଲ ବାସନ, କମ୍ୱଲ୍, ଧୋତି, ଶାଢ଼ୀ,ଗାମୁଛା, ଟରକିଜ, ମଶାରୀ, ଜାର, ବାଲଟି, ମଗ ଆଦି ଘରକରଣା ସାମଗ୍ରୀ ଦେଇଥିବା ଦେଖିବାକୁ ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡ କ୍ରସ ଏହି ସମସ୍ତ ସାମଗ୍ରୀ ତଥା କିଛି ଆର୍ଥିକ ସହାୟତାକୁ ଉକ୍ତ ଅଗ୍ନି ବିପନ୍ନ ପରିବାର ମୁଖ୍ୟ ମଗନିଆ ସାହୁ ଓ ମାଳତୀ ସାହୁ କୁ ପ୍ରଦାନ କରି ଥିଲେ । ଚନ୍ଦ୍ରମଣି ବାଘ, ରବି ଚନ୍ଦ୍ର ପଶାୟତ ପ୍ରମୁଖ ଙ୍କ ସହ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଦିଲ୍ଲୀପ କୁମାର ଚାନ୍ଦ, ଉପେନ୍ଦ୍ର ସାହୁ, ରଞ୍ଜିତ ପଧାନ ବିସିସି ବୈକୁଣ୍ଠ ନାୟକ, ହେମନ୍ତ ମେହେର, ରକ୍ଷକ ସାଧନକର୍ମି ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ