Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକ ଏବଂ ଗୋଟିଏ ଏନ୍ଏସି ପାଇଁ ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ଙ୍କ ନାମ ଘୋଷଣା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବିଜେଡିର ନୂତନ କମିଟୀ ଘୋଷଣା କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଦଳର ସମ୍ପାଦକ ମାନସ ମଙ୍ଗରାଜ ଏହି ନୂତନ କମିଟୀର କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ତିନି ବ୍ଲକ ସମେତ ଗୋଟିଏ ଏନ ଏ ସି ର ସଭାପତି ଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି।ବୀରମହାରାଜପୁର ବ୍ଲକ ପାଇଁ ସ୍ବୟମ୍ଭୁନାଥ ଖଣ୍ଡଗିରୀ,ଉଲୁଣ୍ଡା ବ୍ଲକ ପାଇଁ ବର୍ତ୍ତମାନର ଜିଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର,ବିନିକା ବ୍ଲକ ପାଇଁ ପୂର୍ବତନ ଜିଲା ପରିଷଦ ଦ୍ବାରିକା ନାଥ ସାହୁ ଙ୍କୁ ବ୍ଲକ ବିଜେଡି ସଭାପତି ଭାବେ ଘୋଷଣା କରାଯାଇଥିବା ବେଳେ ବିନିକା ଏନ ଏ ସି ପାଇଁ ସୋମନାଥ ମିଶ୍ର ଙ୍କୁ ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ଏହା ସହିତ ଜିଲା କମିଟୀର ୧୧ଜଣିଆ ଉପସଭାପତିଙ୍କ ମଧ୍ୟରୁ ବୀରମହାରାଜପୁର ବ୍ଲକର ରଞ୍ଜିତ ରଥ , ମୃତ୍ୟୁଞ୍ଜୟ ପଧାନ ଓ କିଶୋର ହୋତା ଙ୍କୁ ଜିଲା ବିଜେଡି ର ଉପସଭାପତି ଭାବେ ଘୋଷଣା କରାଯାଇଛି।ସେହିପରି ଜିଲା ବିଜେଡି କମିଟୀ ର ୧୫ଜଣ ବିଶିଷ୍ଟ ସାଧାରଣ ସମ୍ପାଦକ ଙ୍କ ମଧ୍ୟରୁ ବୀରମହାରାଜପୁର ବ୍ଲକର ସତ୍ୟଞ୍ଜିବ ମିଶ୍ର, ଲଳିତ ପାତ୍ର,ଧିରେନ୍ଦ୍ର ନାରାୟଣ ପଣ୍ଡା, ଖଣ୍ଡହତା ସମିତି ସଭ୍ୟ ବିନୋବାନନ୍ଦ ପଧାନ,ମୀନକେତନ ମହାକୁର ଓ ମୁର୍ଷୁଣ୍ଢି ସରପଞ୍ଚ ମନୋଜ ସାହୁ ଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଜିଲା କମିଟୀର ୧୭ଜଣ ଯୁଗ୍ମ ସମ୍ପାଦକ ଙ୍କ ମଧ୍ୟରୁ ବୀରମହାରାଜପୁର ବ୍ଲକର ପ୍ରଦୀପ ମିଶ୍ର, ବିମ୍ବାଧର ସାହୁ ଓ ବୈଦ୍ୟନାଥ କର୍ମୀ ଙ୍କୁ ଜିଲା ବିଜେଡିର ଯୁଗ୍ମ ସମ୍ପାଦକ ଭାବେ ଘୋଷଣା କରାଯାଇଛି। ଜିଲା ବିଜେଡି କମିଟୀ ର ୨୩ଜଣି ସମ୍ପଦକ ଙ୍କ ମଧ୍ୟରୁ ବୀରମହାରାଜପୁର ବ୍ଲକର ଶିବ ପ୍ରସାଦ ମିଶ୍ର , ମଧୁସୁଦନ ପଣ୍ଡା ଓ ସଞ୍ଜିବ ଦେହୁରୀ ଙ୍କୁ ସମ୍ପାଦକ ଭାବେ ଘୋଷଣା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ