Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ରଥଯାତ୍ରାରେ ବିଭିନ୍ନ ରୁଟ୍‌ ପାଇଁ ଚାଲିବ ୨୫୦ଟି ସ୍ୱତନ୍ତ୍ର ବସ୍‌

ପୁରୀ : ଆଉ ୨ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏଥିପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ଚାଲିବ ସ୍ୱତନ୍ତ୍ର ବସ। ଭକ୍ତମାନେ ଯେପରି ସୁବିଧାରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ସେମାନଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ ରଥଯାତ୍ରାରେ ବିଭିନ୍ନ ରୁଟ୍‌ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ ଚାଲିବ। ଏ ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିଲାଗି ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର, କୋଣାର୍କ ପଟୁ ଆସୁଥିବା ବସ୍ ସହ ଅନ୍ୟାନ୍ୟ ଗାଡ଼ିମୋଟର ଏଠାରେ ପାର୍କିଂ ହେବ। ଏଥିପାଇଁ ତାଳବଣିଆ ପଡ଼ିଆରେ ବାରିକେଡିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସେହିପରି ବ୍ରହ୍ମଗିରି ପାର୍ଶ୍ୱରୁ ଆସିବା ଗାଡି ମଙ୍ଗଳାଘାଟ ଛକ ନିକଟରେ ପାର୍କିଂ କରିବେ। ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀବାହୀ ବସ୍‌ ମାଳତୀପାଟପୁର ବସଷ୍ଟାଣ୍ଡ୍‌ରେ ପାର୍କିଂ କରିବେ। ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି ଯେ ସହରକୁ ଆସୁଥିବା ନିୟମିତ ବସ୍, ଟୁରିଷ୍ଟ ବସ୍, ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଯାନ ପାଇଁ ଆମେ ଏକ ବିସ୍ତୃତ ମୋବିଲିଟି ଯୋଜନା ଜାରି କରିବୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ