ବିଜୁ ଜନତା ଦଳ ପକ୍ଷରୁ ସ୍ଵୟମ୍ଭୁ ଖଣ୍ଡଗିରି ଙ୍କୁ ବୀରମହାରାଜପୁର ବ୍ଲକ ଦାୟିତ୍ଵ ଦେଲେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ରେ ବିଜୁ ଜନତା ଦଳ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ସ୍ଵୟମ୍ଭୁ ନାଥ ଖଣ୍ଡଗିରି ଙ୍କୁ ବିଜେଡି ବୀରମହାରାଜପୁର ବ୍ଲକ ସଭାପତି ଦାୟିତ୍ଵ ଦେଇଛନ୍ତି l ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏହା ଘୋଷଣା କରିଛନ୍ତି l ଶ୍ରୀ ଖଣ୍ଡଗିରି ଏକାଧାରରେ ଜଣେ ସୁସଂଗଠକ, ରାଜନୈତିଜ୍ଞ, ଆଇନଜିବୀ, ସମାଜସେବୀ, ସାମ୍ବାଦିକ, ସାହିତ୍ୟିକ , ଶିକ୍ଷା ପ୍ରେମୀ ସଂସ୍କୃତିକ ପ୍ରେମୀ ଆଦି ବହୁ ଗୁଣର ଅଧିକାରୀ ଥିବା ବେଳେ ଅନେକ ସଙ୍ଗଠନର ମଧ୍ୟ ନେତୃତ୍ୱ ନେଇଛନ୍ତି l ଏଣୁ ଏହି ଗୁରୁଦାୟିତ୍ଵ ତାଙ୍କୁ ତୁଲାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଦଳ ଅନୁଭବ କରିଛି l