Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ସରକାର ସମାପ୍ତ କରି ଦେଲେ ୨ ଲକ୍ଷରୁ ଅଧିକ ଚାକିରି…ରାହୁଲଙ୍କ କେନ୍ଦ୍ର ସରକାରଙ୍କୁ ତାତ୍ସଲ୍ୟ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ଦାବି କରିଛନ୍ତି ଯେ, ସାର୍ବଜନୀନ କ୍ଷେତ୍ରର ଉପକ୍ରମ(ପିଏସୟୁ)ରେ ୨ ଲକ୍ଷରୁ ଅଧିକ ନିଯୁକ୍ତିକୁ ବନ୍ଦ କରି ଦିଆଯାଇଛି। ସରକାର ନିଜର କିଛି ପୁଞ୍ଜିପତି ବନ୍ଧୁଙ୍କ ଫାଇଦା ପାଇଁ ଲକ୍ଷାଧିକ ଯୁବକଙ୍କ ଆଶାକୁ ଦଳିଚକଟି ଦେଇଚନ୍ତି। ପିଏସୟୁ ଭାରତର ଗୌରବ ଏବଂ ରୋଜଗାର ପାଇଁ ପ୍ରତ୍ୟେକ ଯୁବକଙ୍କ ସ୍ଵପ୍ନ ରହୁଥିଲା, ହେଲେ ଆଜି ଏହା ସରକାରଙ୍କ ପ୍ରାଥମିକତା ନୁହେଁ। ରାହୁଲ ଟୁଇଟ୍ କରିଛନ୍ତି ଯେ, ଦେଶର ପିଏସୟୁରେ ନିଯୁକ୍ତି ୨୦୧୪ରେ ୧୬.୯ ଲକ୍ଷରୁ ହ୍ରାସ ପାଇ ୨୦୨୨ରେ ମାତ୍ର ୧୪.୬ ଲକ୍ଷରେ ରହି ଯାଇଛି। କଣ ପ୍ରଗତିଶୀଳ ଦେଶରେ ନିଯୁକ୍ତି କମ ହୁଏ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ରାହୁଲ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ପ୍ରତ୍ୟେକ ବର୍ଷ ୨ କୋଟି ରୋଜଗାର ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଲୋକେ ନିଯୁକ୍ତି ବଢାଇବା ଜାଗାରେ ୨ ଲକ୍ଷରୁ ଅଧିକ ନିଯୁକ୍ତି ସମାପ୍ତ କରି ଦେଲେ। ଓଲଟା ଏହି ସଂସ୍ଥାଗୁଡ଼ିକରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପାଖାପାଖି ୨ ଗୁଣ ବଢାଇ ଦେଲେ। କଣ ନିଯୁକ୍ତିଭିତ୍ତିକ କର୍ମଚାରୀ ବଢାଇବା ସଂରକ୍ଷଣର ସାମ୍ବିଧାନିକ ଅଧିକାରକୁ ଛଡାଇ ନିଆ ଯାଉନି ? କଣ ଏହା କମ୍ପାନୀ ଗୁଡ଼ିକର ଘରୋଇକରଣ କରାଯିବାର ଷଡ଼ଯନ୍ତ୍ର ନୁହେଁ ?

ରାହୁଲ ଟୁଇଟ୍ କରିଛନ୍ତି, ଉଦ୍ୟୋଗପତିଙ୍କ ଋଣ ଛାଡ଼ କରିବା ଏବଂ ପିଏସୟୁରୁ ସରକାରୀ ନିଯୁକ୍ତି ହ୍ରାସ କରିବା ଏହା କେମିତି କା ଅମୃତକାଳ ? ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ଏହା ବାସ୍ତବରେ ଅମୃତକାଳ ତେବେ ନିଯୁକ୍ତି କାହିଁକି ଗାଏବ ହେଉଛି ? ଦେଶରେ ଏହି ସରକାର ଅମଳରେ ବେରୋଜଗାରୀ ରେକର୍ଡସ୍ତରରେ ପହଞ୍ଚିଛି। କାରଣ ଲକ୍ଷାଧିକ ଯୁବ ପିଢିଙ୍କ ଆଶାକୁ କିଛି ପୁଞ୍ଜିପତି ବନ୍ଧୁଙ୍କ ଫାଇଦା ପାଇଁ ଦଳି ଦିଆ ଯାଉଛି। ଭାରତର ପିଏସୟୁକୁ ଯଦି ସରକାରଙ୍କଠୁ ସଠିକ୍ ବାତାବରଣ ଏବଂ ସମର୍ଥନ ମିଳିବ ତେବେ ଏହା ଅର୍ଥବ୍ୟବସ୍ଥା ଏବଂ ରୋଜଗାର ଦେବାରେ ସକ୍ଷମ ହୋଇ ପାରିବ ବୋଲି ରାହୁଲ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ