Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଷ୍ଟେଟବ୍ୟାଙ୍କ ଏଟିଏମ ବାରମାସରେ ତେରଥର ଅଚଳ, ଗ୍ରାହକ ହନ୍ତସନ୍ତ ସ୍ଥାୟୀ ସମାଧାନ କରିବାକୁ ଦାବି

ଚିପିଲିମା,୧୮/୦୬ ସମ୍ବଲପୁର ଚିପିଲିମା ଅଞ୍ଚଳରେ କାର୍ଡୋଳା ,ବସନ୍ତପୁର, କୁଦ ଗୁଣ୍ଡେରପୁର, ଭଳି ତିନୋଟି ପଞ୍ଚାୟତ ଥିବାବେଳେ, ଏହି ଅଞ୍ଚଳରେ ରହିଛି ଚିପିଲିମା ଶକ୍ତିକେନ୍ଦ୍ର, ମତ୍ସ ଯାଆଁଲ କେନ୍ଦ୍ର, କେବିକେ, କୃଷି ଓ ଉଦ୍ୟାନ ମହାବିଦ୍ୟାଳୟ, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କେନ୍ଦ୍ରୀୟ ଗୋ ପ୍ରଜନନ କେନ୍ଦ୍ର, ଭଳି ଅନେକ ଅନୁଷ୍ଠାନ।ହେଲେ ପରିତାପର ବିଷୟ ଏହି ଅଞ୍ଚଳରେ ଗୋଟିଏ ବି ଜାତୀୟ ବ୍ୟାଙ୍କ ନାହିଁ ।ଚିପିଲିମାରୁ ୧୦କିଲୋମିଟର ଦୂରବର୍ତ୍ତୀ ଗୋଶାଳା ଛକରେ ରହିଛି ବ୍ୟାଙ୍କ ଏବଂ ଚିପିଲିମା ଅଂଚଳ ପାଇଁ ରହିଛି ଏକମାତ୍ର ଏସବିଆଇ ଏଟିଏମ।ଏହି ଏଟିଏମ ଉପରେ ସମସ୍ତେ ନିର୍ଭରଶୀଳ ଥିବାବେଳେ ଏଟିଏମଟି ବାରମାସରେ ତେର ଥର ଅଚଳ ରହୁଛି।ଏହି ଏଟିଏମ କୋଠରୀ ଭିତରେ ଦୁଇଟି ଏସି ଲାଗିଥିଲେ ସୁଦ୍ଧା ଦୀର୍ଘ ବର୍ଷ ହେଲା ଅଚଳ ହୋଇ ପଡିଛି।ଏଟିଏମରେ ବ୍ୟଟେରୀ ବେକଅପ ମଧ୍ୟ ନାହିଁ।ମୋଟାମୋଟି ଭାବରେ କହିବାକୁ ଗଲେ ବିଭାଗୀୟ ଅଧିକାରୀ ଙ୍କ ଉଦାସୀନତା କିମ୍ବା ଅପାରଗତା ପାଇଁ ଏଟିଏମଟି ଦୟନୀୟ ଅବସ୍ଥାରେ ଗତି କରୁଛି।ଏଠାରେ କେତେକ ମୋବାଇଲ ନମ୍ବର ଦିଆଯାଇଛି ସେଥିମଧ୍ୟରୁ ଗୋଟିଏ ବି ନମ୍ବର କାମରେ ଆସୁନାହିଁ।ଏଠାରେ ମୋବାଇଲ ନମ୍ବର ଅପଡେଟ କରିବାକୁ ଦାବିହେଉଛି।ଏହି ଏଟିଏମରେ ବଟନ ଗୁଡିକ ଠିକ ଭାବରେ କାମ କରୁନଥିବାବେଳେ, ଏହାକୁ ଅବିଳମ୍ବେ ସ୍ୱାଭାବିକ କରିବାକୁ ଦାବିହେଉଛି।ବାରମ୍ବାର ଏଟିଏମଟି ଅଚଳ ହେବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ଏହି ଏଟିଏମ ର ସ୍ଥାୟୀ ସମାଧାନ କରିବାକୁ ସଚେତନ ମହଲରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories