Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳ ମନ୍ତ୍ରୀ; ଯାଞ୍ଚ କରିବେ ପୁରୀ ରେଳ ଷ୍ଟେସନ

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କରିବେ ରେଳମନ୍ତ୍ରୀ। ଏହାସହ ତୀର୍ଥଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ବିଭିନ୍ନ ସୁବିଧା ଓ ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିବେ। ଆଜି ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କରିବେ ମନ୍ତ୍ରୀ। ଆସନ୍ତାକାଲି ରଥଯାତ୍ରାରେ ଆସିଥିବା ଭକ୍ତଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ସମୀକ୍ଷା କରିବେ।

ତେବେ ପୁରୀରେ ରଥଯାତ୍ରା‌ ସମୟରେ ଭକ୍ତଙ୍କ ପାଇଁ ଚାଲିବ ୨୦୦ରୁ ଅଧିକ ସ୍ବତନ୍ତ୍ର ଟ୍ରେନ୍‌। ଏହାପରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବେ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଭେଟି ଆଲୋଚନା କରିବେ। ପୁରୀ ରେଳ ଷ୍ଟେସନରେ ଭକ୍ତଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳବାଇ (ECoR) ବିଶେଷ ସୁବିଧା କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ