Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକଣା ସତ୍ତ୍ବେ ବି ନୋ ଫ୍ଲାଇଂ ଜୋନ୍‌ରେ ଉଡିଲା ଡ୍ରୋନ୍‌; ପୁରୀ

ପୁରୀ : ଆସନ୍ତାକାଲି ରଥଯାତ୍ରା। ରଥଯାତ୍ରା ଉପଲକ୍ଷେ ପୁରୀରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରଥଯାତ୍ରାରେ ଡ୍ରୋନ୍‌ ଉଡାଣ ଉପରେ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ତଥା ଏହାର ଆଖପାଖ ଅଞ୍ଚଳ ସହ ସମ୍ପୂର୍ଣ୍ଣ ବଡ଼ଦାଣ୍ଡ ଡ୍ରୋନ୍‌ ଉଡାଇବାକୁ ବାରଣ କରାଯାଇଛି। ଏହି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହା ସତ୍ତ୍ବେ ବି ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ ଉଡିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସର ବିନା ଅନୁମତିରେ ଡ୍ରୋନ୍‌ ଉଡ଼ାଇ ହେବନି ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ତଥାପି ସିଂହଦ୍ବାରରେ ଆକାଶ ମାର୍ଗରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଆକାଶମାର୍ଗରେ ବହୁ ଉଚ୍ଚରେ ଏକ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିଲା। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରୁଥିବା ମଧ୍ୟ ଦେଖାଯାଇଛି। ପୁଲିସ ମୁଣ୍ଡ ଉପରେ କିଛି ସମୟ ଡ୍ରୋନ ଉଡିବା ପରେ ସିଂହଦ୍ବାର ଗୁମୁଟ ଉପରେ ରହି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ଭିଡିଓ ଉତ୍ତୋଳନ କରିଥିଲା। ଡ୍ରୋନ୍‌ ଏତେ ଉଚ୍ଚରେ ଉଡ଼ୁଥିଲା ଯେ ଆଖିକୁ ବହୁତ ଛୋଟ ଦେଖାଯାଉଥିଲା। ଏହାଉପରେ ପୁଲିସ ନଜରରେ ପଡ଼ିବାପରେ ଖୋଳତାଡ ଆରମ୍ଭ ହୋଇଛି। ଡ୍ରୋନ୍‌ଟି କ୍ଷୀପ୍ର ଗତିରେ ଦୋଳମଣ୍ଡପସାହି ଗଳି ଦେଇ କେଉଁଆଡ଼େ ଉଭାନ୍‌ ହୋଇଯାଇଥିଲା। ତେବେ ଏହି ଡ୍ରୋନ୍‌ କାହାର ତାର ଖୋଳତାଡ଼ କରାଯାଇଥଇଲେ ବି ଏଯାଏ କୌଣସି ପତ୍ତା ମିଳିନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ