Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୫ଶହ ଟିପିସିଓଡିଏଲ୍ କର୍ମଚାରୀ ମୁତୟନ 

ପୁରୀ: ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ନଅ ଦିନ ଧରି ଚାଲିବାକୁ ଥିବା ଏହି ରଥଯାତ୍ରା ଉତ୍ସବକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । କାଲି ରଥାରୂଢ ହେବେ ତିନିଠାକୁର। ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ। ଆଜି ୧୪ ଦିନର ଅସୁସ୍ଥତା ପରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ। ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।

ଏହି ବ୍ୟବସ୍ଥାର ତଦାରଖ କରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ ବିତରଣ କମ୍ପାନୀ TPCODL କୁ ନିର୍ଦ୍ଦେଶ ଦିଆଯାଇଛି।

ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୫ଶହ ଟିପିସିଓଡିଏଲ୍ କର୍ମଚାରୀ ଓ ବିଜନେସ୍ ଆସୋସିଏଟସଙ୍କୁ ମୁତୟନ କରାଯାଇଛି। ଉତ୍ତମ ନିରୀକ୍ଷଣ ଓ ସମନ୍ବୟ ପାଇଁ ପୁରୀ ଡିଭିଜନରେ କାମ କରିବାର ଅଭିଜ୍ଞତା ଥିବା ଟିପିସିଓଡିଏଲ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ପୁରୀ ଡିଭିଜନର ମୋଟ୍ ୩୫ଜଣ ଟିପିସିଓଡିଏଲ୍ ଅଧିକାରୀଙ୍କ ସହ ବିଜନେସ ଆସୋସିଏଟସର ୧୫ଜଣ ସୁପରଭାଇଜରଙ୍କୁ ରଥଯାତ୍ରା ସମୟରେ ନିୟୋଜିତ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ