ପାତାଳୀ ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ନବ ଯୌବନ ବେଶ ଦେଖିବାପାଇଁ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଯଜ୍ଞ କାର୍ଯ୍ୟ ପଣ୍ଡିତ ଦେବାରଚନ ଦାଶ, ପଣ୍ଡିତ ବିଶ୍ଵେଶ୍ଵର ପାଢୀ ତୁଲାଇ ଥିଲେ ଏବଂ ପୂଜାନୀତି ରେ ଗୁଣାକର ପଣ୍ଡା ଓ ଚିତ୍ତରଞ୍ଜନ ପାଢୀ ପ୍ରମୁଖ ସାମିଲ ଥିଲେ l ମହାରଣା କାର୍ଯ୍ୟ ପାଇଁ ଜୟରାମ ମହାରଣା,ପ୍ରତୀକ ମହାରଣା ଆଦିଙ୍କୁ ନିୟୋଜନ କରାଇଥିବା ଦେଖିବାକୁ ମିଳିଥିଲା l ଏ ଅବସରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଶ୍ରୀରାମ ପଣ୍ଡା, ପ୍ରତ୍ୟୁଷ ପାଣ୍ଡିଆ, ଇପସିତା ପ୍ରିୟଦର୍ଶିନୀ ପ୍ରମୁଖ ଭଜନ ପରିବେଷଣ କରିଥିଲେ l ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି l ପ୍ରହଲ୍ଲାଦ ଅଗ୍ରୱାଲ ଓ ତାଙ୍କ ପରିବାରଙ୍କ ଦ୍ୱାରା ଠାକୁରଙ୍କ ପାଇଁ ପାଟ ବସ୍ତ୍ର ପରିଧାନ କରାଯାଇ ଥିବାବେଳେ ଏ ଅବସରରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା l