Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ପବିତ୍ର ରଥଯାତ୍ରା; ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ

ପୁରୀଆଜି ପବିତ୍ର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ କରିବେ ତିିନିଠାକୁର। ସେଥିଲାଗି ରଥ ଓ ପଥ ସବୁକିଛି ପ୍ରସ୍ତୁତ ହୋଇରହିଛି । ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। କେତେବେଳେ ବଡ଼ଦାଣ୍ଡକୁ ଆସିବେ କାଳିଆ ସାଆନ୍ତ, ଚାତକ ପରି ଚାହିଁରହିଛନ୍ତି ଭକ୍ତ। ଭକ୍ତଙ୍କ ଗହଣରେ ଝୁଲି ଝୁଲି ରଥରେ ବିଜେ କରିବେ ମହାପ୍ରଭୁ। ସେହି ଭବ୍ୟ ଦୃଶ୍ୟ ଦେଖିବାକୁ ଭକ୍ତଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି। ଏବେ ସିଂହଦ୍ୱାର ସମ୍ମୁଖରେ ୩ ରଥ ଦଣ୍ଡାୟମାନ ହୋଇ ଶ୍ରୀଜୀଉମାନଙ୍କୁ ଅପେକ୍ଷା କରି ରହିଛନ୍ତି ।

ଦିନ ୯ଟା ୩୦ରେ ଆରମ୍ଭ ହେବ ପହଣ୍ଡି ଏବଂ ଦିନ ସାଢ଼େ ୧୨ଟାରେ ସରିବ। ଏ ନେଇ ନୀତି ନିର୍ଘଣ୍ଟ ହୋଇଛି । ଚିତାଲାଗି ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଏବଂ ବେଶ ଶେଷ ୨ଟା ୩୦ ମଧ୍ୟରେ ସରିବ । ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା କରିବେ ଗଜପତି ମହାରାଜା ।

ଅପରାହ୍ଣ ୩ଟା ରୁ ୪ଟା ମଧ୍ୟରେ ଚାରମାଳ ଫିଟା ଘୋଡ଼ା ଓ ସାରଥୀ ଲାଗିବ । ୪ଟାରୁ ଆରମ୍ଭ ହେବ ରଥ ଟଣା । ଆଜି ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହେବ। ମହାପ୍ରଭୁଙ୍କ ଭକ୍ତି ଭାବରେ ଏକାକାର ହେବେ ଭକ୍ତ। ତେବେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁରୀରେ ୧୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ