Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବହୁମୂଖୀ ବନ୍ୟା ଆଶ୍ରୟ ସ୍ଥଳିରେ ସାମୂହିକ ଅଭ୍ୟାସ ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ର ଟିକରାପଡ଼ା ସ୍ଥିତ ବହୁମୂଖୀ ବନ୍ୟା ଆଶ୍ରୟସ୍ଥଳୀ ରେ ଅଗ୍ନିଶମ ସେବା ବିଭାଗ ତରଫରୁ ସାମୂହିକ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଭରତଲାଲ୍ ଏକ୍କା , ଅତିରିକ୍ତ ତହସିଲଦାର ସ୍ଵାଗତ ପଣ୍ଡା, ଏ ବି ଡି ଓ ପୁରୁଷୋତ୍ତମ ଧରୁଆ , ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର, ସମିତି ସଭ୍ଯା ଲିଲି ମେହେର, ଖଣ୍ଡହତା ସମିତି ସଭ୍ୟ ବିନୋବା ନନ୍ଦ ପଧାନ, ସମାଜସେବୀ ସପନ ପଧାନ, ପ୍ରାଣୀ ଚିକିତ୍ସକ ଅଶୋକ ସାହୁ, ଡl ପ୍ରଣବ ମହାପାତ୍ର , ଖେଳ ଶିକ୍ଷକ ପ୍ରଦୀପ ମହାନନ୍ଦ ପ୍ରମୁଖ ଅତିଥିଭାବେ ଯୋଗଦେଇ ଥିଲେ l ଏ ଅବସରରେ ଅଗ୍ନିଶମ ବିଭାଗ ଦ୍ଵାରା ବନ୍ୟା ପରିସ୍ଥିତି ରେ ଦେଖାଯାଉଥିବା ବିବିନ୍ନ ଆପଦ ପରିସ୍ଥିତି ର ମୁକାବିଲା ନେଇ ମକ୍ ଡ୍ରିଲ ପ୍ରଦର୍ଶନ କରାଯାଇଥିଲା l ଏଥିରେ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ଆଶା ଓ ଅଙ୍ଗନୱାଡି କର୍ମୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l