Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୀନକୁ ଲାଗିବ ଝଟକା ! ଭିଏତନାମକୁ ଉପହାରରେ …କୃପାଣ ଦେବ ଭାରତ

ନୂଆଦିଲ୍ଲୀ: ଚୀନର କେବଳ ଭାରତ ସହିତ ନୁହେଁ ବରଂ ଅନେକ ପଡ଼ୋଶୀ ଦେଶ ସହ ଭୂଖଣ୍ଡକୁ ନେଇ ବିବାଦ ଚାଲିଛି। ଏଥିରୁ ଗୋଟିଏ ଦେଶ ହେଉଛି ଭିଏତନାମ। ଭିଏତନାମ ଭାରତ ପରି ଚୀନ ସହ ଆଖିରେ ଆଖି ମିଶାଇ ଏହାର ପ୍ରତିଟି ଧମକର ଜବାବ ଦେଉଛି। ଏହା ମଧ୍ୟରେ ଭାରତ ପହଞ୍ଚିଥିବା ଭିଏତନାମର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରତିପକ୍ଷ ରାଜନାଥ ସିଂ। ଏହି ସମୟରେ ରାଜନାଥ ଘୋଷଣା କରିଛନ୍ତି ଯେ, ଭାରତ ଭିଏତନାମକୁ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ମିସାଇଲ ଯୁଦ୍ଧଜାହାଜ ଆଇଏନଏସ କୃପାଣ ଉପହାରରେ ଦେବ। ଏହାକୁ ସମୁଦ୍ରର ଖେଳାଳି କୁହାଯାଏ। ଭାରତର ଏହି ଘୋଷଣାରେ ଚୀନ କ୍ଷୁବ୍ଧ ହୋଇପାରେ।

ନିଜର ଆକ୍ରମଣାତ୍ମକ ଏବଂ ମନମୁଖୀ ଆଭିମୁଖ୍ୟ କାରଣରୁ ଚୀନ ନିଜର ପଡ଼ୋଶୀ ଦେଶ ପାଇଁ ଖଳନାୟକଠୁ କମ ନୁହେଁ। ପଡ଼ୋଶୀ ଦେଶର ଭୂମି ଉପରେ ସର୍ବଦା କୁଦୃଷ୍ଟି ପକାଉଥିବା ଚୀନକୁ ଭାରତର ଉପରୋକ୍ତ ଘୋଷଣାରେ ବଡ଼ ଝଟକା ଲାଗିପାରେ। ମିସାଇଲ ବହନକାରୀ ଯୁଦ୍ଧଜାହାଜ ଆଇଏନଏସ କୃପାଣ ବ୍ୟତୀତ ଭାରତ ବୁଡ଼ାଜାହାଜ, ଲଢୁଆ ଜେଟ୍ ସଞ୍ଚାଳନ, ସାଇବର ସୁରକ୍ଷା ପ୍ରଦାନ କରିବା ସହ ଭିଏତନାମ କର୍ମଚାରୀଙ୍କୁ ପ୍ରଶିକ୍ଷଣକୁ ପ୍ରୋତ୍ସାହନ ଦେବା ଉପରେ ବିଚାର କରୁଛି।

ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଭିଏତନାମ ସମକକ୍ଷ ଜେନେରାଲ ଫାନ ଓ୍ଵାନ ଜିୟାଙ୍ଗଙ୍କ ନେତୃତ୍ଵରେ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ହୋଇଛି। ଏଥିରେ ପାରସ୍ପରିକ ସହଯୋଗ, ପ୍ରତିରକ୍ଷା ଅଦୌଗିକି ସହଯୋଗ ଏବଂ ସମୁଦ୍ର ସୁରକ୍ଷା ଉପରେ ଆଲୋଚନା କରାଯାଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରୁଥିବା ଆକାଶ ମିସାଇଲ ପ୍ରଣାଳୀ, ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ଏବଂ ଅନ୍ୟ ସାମରିକ ହାର୍ଡଓ୍ଵେରର ସମ୍ଭାବିତ ଅଧିଗ୍ରହଣ ଦିଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି।