Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଣ୍ଡି ବିଜେ ପରେ ଚାଲିଛି ଛେରାପହଁରା; ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ

ପୁରୀ: ସରିଛି ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି। ତିନି ରଥରେ ବିରାଜମାନ କରିଛନ୍ତି ତିନିଠାକୁର। ଭକ୍ତଙ୍କ ଆବେଗଭରା ପ୍ରେମରେ ଭିଜୁଛି ବଡଦାଣ୍ଡ। ଉତ୍ସବମୂଖର ଶ୍ରୀକ୍ଷେତ୍ର। ଭାଇ ଭଉଣୀଙ୍କ ସହ ତିନି ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ତିନିଠାକୁର ରଥରେ ବସି ଯିବେ ଗୁଣ୍ଡିଚା ମନ୍ଦିର। ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ ।

ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ପ୍ରଭୁ ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି । ପହଣ୍ଡି ବିଜେ ପରେ ଚାଲିଛି ଛେରାପହଁରା । ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ । ସୁବର୍ଣ୍ଣ ଖଡିକାରେ ଚାଲିଛି ତିନିଠାକୁରଙ୍କ ରଥର ଛେରାପହଁରା। ତାଳଧ୍ୱଜ ପରେ ନନ୍ଦିଘୋଷରେ ଛେରାପହଁରା ଚାଲିଛି ।  

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ