Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଡିଲା ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ

ପୁରୀ: ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ଭକ୍ତଙ୍କ ପତୀକ୍ଷାର ହେଲା ଅନ୍ତ। ଗଜପତି ମହାରାଜାଙ୍କ ରଥ ଛେରାପହଁରା ପରେ ଗଡିଲା ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ରଥ। ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥ ଟଣା ପୂର୍ବରୁ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

ଏହା ପରେ ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ ଦଉଡି ଟାଣିବାକୁ ବ୍ୟାକୁଳ ଥିଲେ ଭକ୍ତ। ଖରାକୁ ଖାତିର ନକରି ରଥ ଟାଣି କୋଟି ପୁଣ୍ୟ ଅର୍ଜନ କରୁଛନ୍ତି ଶ୍ରଦ୍ଧାଳୁ। ରଥ ଗଡିବା ଆରମ୍ଭ ହେବା ମାତ୍ରେ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଥିଲା ବଡଦାଣ୍ଡ ।

ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ