ବଡଭାଇଙ୍କ ପଛେ ପଛେ ଗଡିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ


ପୁରୀ: ବଡଭାଇଙ୍କ ପଛେ ପଛେ ଗଡିଲା ଭଉଣୀ ସୁଭଦ୍ରାଙ୍କ ରଥ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ମା ସୁଭଦ୍ରାଙ୍କ ଦର୍ପଦଳନ ରଥ । ପ୍ରଥମେ ବଡଭାଇ ଶ୍ରୀବଳଭଦ୍ରଙ୍କ ରଥ ଟଣା ହେଲା। ଆଉ ତାପରେ ଗଡିଲା ଦେବୀ ସୁଭଦ୍ରାଙ୍କ ରଥ। ବଡ ଭାଇଙ୍କ ପଛେ ପଛେ ଏବେ ଆଗେଇ ଚାଲିଛନ୍ତି ଭଉଣୀ ସୁଭଦ୍ରା ।

ବିଭିନ୍ନ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ରଥଟଣା। ଖରାକୁ ଖାତିର ନକରି ରଥ ଟାଣଛନ୍ତି ଶ୍ରଦ୍ଧାଳୁ। ରଥ ଗଡିବା ଆରମ୍ଭ ହେବା ମାତ୍ରେ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଥିଲା ବଡଦାଣ୍ଡ ।

ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ ।