ବଡଦାଣ୍ଡରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ


ପୁରୀ: ବଡଦାଣ୍ଡରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ। ଘଣ୍ଟ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ। ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପଛେ ପଛେ ଗଡିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଭକ୍ତଙ୍କ ଭକ୍ତିରେ ଭକ୍ତିମୟ ବଡଦାଣ୍ଡ। ମହାପ୍ରଭୁଙ୍କ ରଥକୁ ଭକ୍ତିରେ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ।

ଆଗରେ ଯାଉଛନ୍ତି ବଡ ଭାଇ ଭଳଭଦ୍ର ଓ ଭଉଣୀ ସୁଭଦ୍ରା। ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଅନୁସାରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଛି । ଭକ୍ତିଭାବରେ ରଥ ଟାଣି ନେଉଛନ୍ତି ଭକ୍ତ।

ପରମ୍ପରା ଅନୁସାରେ ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ ।