ଆଜିଠୁ ଖୋଲିଲା ସ୍କୁଲ; ଝାରସୁଗୁଡ଼ା ଜିଲ୍ଲାର ସବୁ ସ୍କୁଲ କାଲିଠୁ ଖୋଲିବ 


ଭୁବନେଶ୍ବର: ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ। ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ବିଳମ୍ବରେ ଖୋଲିଛି। ପାଗ ଅନୁକୂଳ ହେବା ପରେ ରାଜ୍ୟର ସମସ୍ତ ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ତେବେ ପଶ୍ଚିମ ଓଡ଼ିଶାରେ ତାତି ଅଧିକ ରହୁଥିବା କାରଣରୁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀରରେ ଖରା ଛୁଟି ବଢାଇଛନ୍ତି ଜିଲ୍ଲାପାଳ । ଝାରସୁଗୁଡ଼ା ଜିଲ୍ଲାର ସବୁ ସ୍କୁଲ କାଲିଠୁ ଖୋଲିବ ବୋଲି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।

୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସବୁ ସ୍କୁଲ ସକାଳୁଆ ଚାଲିବ । ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ । ସମ୍ବଲପୁର ଜିଲ୍ଲାରେ ମଧ୍ୟ କାଲିିଠୁ ଖୋଲିବ ସ୍କୁଲ । ୨୬ ତାରିଖରୁ ନିୟମିତ ସମୟ ଅନୁସାରେ ସ୍କୁଲ ଚାଲିବ ।