Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶରଧାବାଲିରେ ୩ ରଥ; ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର

ପୁରୀ: ଆଜି ନବଦିନ ଯାତ୍ରାର ଆଜି ୨ୟ ଦିନ । କାଲି ଅଧା ବାଟରେ ଅଟକି ରହିଥିଲା ମହାପ୍ରଭୁ ଓ ଦେବୀ ସୁଭଦ୍ରାଙ୍କ ରଥ। ଆଜି ଶରଧାବାଲିରେ ପହଞ୍ଚିଲା ୩ ରଥ । ଶରଧାବାଲିରେ ରଥ ଉପରୁ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ତିନିଠାକୁରଙ୍କୁ ଦେଖିବା ଲାଗି ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି।

ଗତକାଲି ଶ୍ରୀମନ୍ଦିରରୁ ଜନ୍ମବେଦୀକୁ ଯିବା ବେଳେ ଅଧା ବାଟରେ ଅଟକିଥିଲା କଳାଠାକୁରଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ରଥଟଣା । ବଡଶଙ୍ଖରେ ଦର୍ପଦଳନ ଅଟକି ରହିଥିଲା। ସେହିପରି ଗଳଗଣ୍ଡି ଛକରେ ଅଟକି ଯାଇଥିଲା କଳା ସାଆନ୍ତଙ୍କ ନନ୍ଦିଘୋଷ ରଥ।

ଆଜି ସକାଳୁ ସକାଳୁ  ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ଟାଣି ନେଇଛନ୍ତି ଭକ୍ତ । ଗତକାଲିଠାରୁ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଥିଲା । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ