Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବୈଠକ ପୂର୍ବରୁ କେଜରିଓ୍ଵାଲଙ୍କ ବିରୋଧୀଙ୍କୁ ଚିଠି, ରଖିଲେ ଏହି ଦାବି

ନୂଆଦିଲ୍ଲୀ: ଜୁନ ୨୩ରେ ବିହାରର ରାଜଧାନୀ ପାଟନାରେ ହେବାକୁ ଥିବା ମହା ବୈଠକ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ବିରୋଧୀ ଦଳଗୁଡ଼ିକୁ ଲମ୍ବା ଚଉଡ଼ା ଚିଠି ଲେଖିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ କୁହାଯାଉଥିବା ଏହି ବୈଠକରେ ପ୍ରଥମେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆଲୋଚନା କରିବାକୁ ଦାବି କରିଛନ୍ତି କେଜରିଓ୍ଵାଲ।

ଜୁନ ୨୦ରେ ଲେଖା ହୋଇଥିବା ଏହି ଚିଠିରେ କେଜରିଓ୍ଵାଲ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେଇଥିବାରୁ ଦଳଗୁଡ଼ିକୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଅଧ୍ୟାଦେଶକୁ ଗଭୀରତାର ସହ ଅଧ୍ୟୟନ କରିଛି। ଏହା ବୁଝିବା ଭୁଲ୍ ହେବ ଯେ, ଏହି ଅଧ୍ୟାଦେଶ କେବଳ ଦିଲ୍ଲୀ ସଂଦର୍ଭରେ ଅଣା ଯାଇଛି, କାରଣ ଦିଲ୍ଲୀ ଅଧା ରାଜ୍ୟ। କିନ୍ତୁ ଭବିଷ୍ୟତରେ ଏମିତି ଅଧ୍ୟାଦେଶ ଅଣା ଯାଇ କୌଣସି ବି ରାଜ୍ୟର ବିଜୁଳି, ଶିକ୍ଷା, ବ୍ୟବସାୟ ଆଦି କ୍ଷେତ୍ରରୁ ଅଧିକାର ଛଡ଼ାଇ ନିଆଯାଇପାରେ। କେନ୍ଦ୍ର ସରକାର ଦିଲ୍ଲୀ ସଂଦର୍ଭରେ ଏମିତି ଅଧ୍ୟାଦେଶ ଆଣି ପରୀକ୍ଷା ନିରୀକ୍ଷା କରୁଛନ୍ତି।

କେଜରିଓ୍ଵାଲ ଲେଖିଛନ୍ତି, ଯଦି କେନ୍ଦ୍ର ସରକାରଙ୍କ ଏହି ପ୍ରୟୋଗ ସଫଳ ହୁଏ ତେବେ ସେମାନେ ଅଣବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏମିତି ଅଧ୍ୟାଦେଶ ଜାରି କରି ପାରନ୍ତି ଏବଂ ସମସ୍ତ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅଧିକାର ଛଡ଼ାଇ ନେଇ ପାରନ୍ତି। ତେଣୁ ଏହା ଗୁରୁତ୍ଵପୂର୍ଣ୍ଣ ଯେ, ସମସ୍ତ ପାର୍ଟି ଏବଂ ସମସ୍ତ ଲୋକ ଏକାଠି ମିଶି କୌଣସି ବି ସ୍ଥିତିରେ କେନ୍ଦ୍ରର ଏହି ଅଧ୍ୟାଦେଶକୁ ଗୃହୀତ ହେବାକୁ ଦିଆ ନ ଯାଉ।

କେଜରିଓ୍ଵାଲ ଭୟ ଦେଖାଇଛନ୍ତି ଯେ, ଯଦି ଅଧ୍ୟାଦେଶ ସଂସଦରେ ଗୃହୀତ ହୋଇଯାଏ ତେବେ ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କ ଜରିଆରେ ସମସ୍ତ ରାଜ୍ୟ ସରକାରଙ୍କୁ ପରିଚାଳନା କରିବେ। ଦିଲ୍ଲୀରେ ଏହି ଅଧ୍ୟାଦେଶ ଲାଗୁ ହେଲେ ଦିଲ୍ଲୀରେ ଗଣତନ୍ତ୍ର ସମାପ୍ତ ହୋଇଯିବ। ପୁଣି ଦିଲ୍ଲୀଜନତା ଯେଉଁ ସରକାର ଚୟନ କରିବେ ତାର କୌଣସି ଶକ୍ତି ରହିବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ