Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସ୍. ପତ୍ରାପାଲି ପଞ୍ଚାୟତ ତରଫରୁ କେ କେ ଡି ହଟାଓ ଅଭିଯାନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ. ପତରାପାଲି ଗ୍ରାମପଞ୍ଚାୟତ ତରଫରୁ ଯୁବ ସମାଜସେବୀ ତ୍ରିଲୋଚନ ସୁନାଙ୍କ ନେତୃତ୍ୱରେ ପ୍ରଦୀପ ବାଘ, ଜୟଗୁରୁ ବାଘ ଏବଂ ହିମାଂଶୁ ଦୀପ ପ୍ରମୁଖ ଚାରିଜଣିଆ ପ୍ରତିନିଧି ଦଳ ତଫସିଲଭୁକ୍ତ ଜାତି ତାଲିକାରୁ କେଉଟ, କୈବର୍ତ୍ତ ଏବଂ ଧୀବର ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବାଦଦେବା ନିମନ୍ତେ ଏସ ପତରାପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଜରିଆରେ ମାନ୍ୟବର ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି l ଏପରିକି ଯଥାଶୀଘ୍ର ଏହି ନ୍ୟାର୍ଯ୍ୟ ଦାବି ପୂରଣ କରା ନ ଗଲେ ଦେଶବ୍ୟାପି ବିଶାଳ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ