ଆସନ୍ତାକାଲି ଓଡ଼ିଶା ଛୁଇଁବ ମୌସୁମୀ ବାୟୁ


ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଛୁଇଁବ ମୌସୁମୀ। ଏ ନେଇ ପାଣିପାଗ ବିଭାଗ ଆକଳନ କରିଛି। ଦିନେ ଦୁଇ ଦିନ ମଧ୍ୟରେ ବର୍ଷା ପରିମାଣ ବଢିବା ନେଇ ଆକଳନ କରାଯାଇଛି। କିଛି ଜିଲ୍ଲାରେ ହୋଇଥିବା ପ୍ରାକ୍ ମୌସୁମୀ ବର୍ଷା ଓ ପବନ ଯୋଗୁ ମୌସୁମୀ ପାଗ ଅନୁକୂଳ ଥିବା କୁହାଯାଉଛି। ଏହା ମୌସୁମୀ ଆଗମନ ପାଇଁ ଅନୁକୂଳ ପାଗ ବୋଲି କୁହାଯାଉଛି।

ସେହିପରି ଆଜିଠୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିଛି ଜିଲ୍ଲାରେ କାଲି ଓ ୨୪ରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ।