ଗଙ୍ଗାଧର ମହାକୁର ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ବି ଜେ ଡି ସମ୍ପାଦକ ଭାବେ ମନୋନୀତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିଜେଡିର ନୁତନ କର୍ମକତ୍ତା ଚୟନ କରାଯାଇଥିବାବେଳେ ଦଳର ରାଜ୍ଯ ସଭାପତି ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟ ଙ୍କ ଅନୁମୋଦନ କ୍ରମେ ରାଜ୍ଯ ରାଜ୍ଯ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ବିଭିନ୍ନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଛନ୍ତି। ତନ୍ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ର ସମ୍ପାଦକ ଭାବେ ଉଲୁଣ୍ଡା ବ୍ଲକ ର ଲସ୍ତଲା ଗ୍ରାମର ଗଙ୍ଗାଧର ମହାକୁର ଙ୍କ ନାମ ଘୋଷଣା କରାଯାଇଛି। ମହାକୁର ଜଣେ ଶ୍ରୁଙ୍ଖଳିତ ବିଜୁ ଜନତା ଦଳର କର୍ମକତ୍ତା ରହି ଆସିଛନ୍ତି। ଅନେକ ସମୟରେ ଦଳୀୟ କାର୍ଯ୍ୟକ୍ରମ ଓ ସଂଗଠନ କରିବାରେ ତାଙ୍କର ଅନେକ ଭୂମିକା ରହିଛି । ସେ ଛାତ୍ର ଜୀବନରୁ ରାଜନୀତିକୁ ଆସିବା ସହିତ ବିଭିନ୍ନ ସମୟରେ ବିଭିନ୍ନ ପଦ ପଦବୀରେ ରହିଆସିଛନ୍ତି। ଜଣେ ସମାଜସେବୀ ଭାବେ ଅଞ୍ଚଳରେ ବେଶ ଭାବେ ଜଣାଶୁଣା । ତାଙ୍କର ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ତଥା ଦଳୀୟ କାର୍ଯ୍ୟକ୍ରମରେ ଅନେକ ଭୁମିକା ରହିଛି । ସଂପ୍ରତି ଶ୍ରୀ ମହାକୁର ଙ୍କ ଧର୍ମପତ୍ନୀ ଶିବାନି ମହାକୁର ଉଲୁଣ୍ଡା ବ୍ଲକ ଲସ୍ତଲା ଗ୍ରାମପଞ୍ଚାୟତ ର ସରପଂଚ ଥିବା ଜଣାପଡିଛି। ଜିଲ୍ଲା ବିଜେଡି ସମ୍ପାଦକ ଭାବେ ଘୋଷିତ ହେବା ପରେ ଦଳୀୟ କର୍ମୀ ଓ ସମର୍ଥକ ଶ୍ରୀ ଗଙ୍ଗାଧର ମହାକୁର ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।