Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ଗ୍ରାମ ରାସ୍ତା ଉପରେ ମୁହାଁ ମୁହିଁ ଦୁଇ ସାହି ର ରଥ ; ଯାତାୟତ ବାଧାପ୍ରାପ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ରଥଯାତ୍ରା ଦିନ ଦୁଇ ସାହି ର ରଥ ରଖିବାକୁ ନେଇ ଦେଖାଦେଇଥିବା ଗୋଷ୍ଠି ସଙ୍ଘର୍ଷ ର କୌଣସି ସମାଧାନ ହୋଇପାରି ନାହିଁ। ଫଳରେ ଗ୍ରାମରେ ଏବେ ମଧ୍ୟ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଉଭୟ ସାହି ର ରଥ ରାସ୍ତାରେ ମୁହାଁ ମୁହିଁ ହୋଇ ରହିଛି। ଫଳରେ ରାସ୍ତା ଜାମ୍ ହୋଇ ପଡିଛି। ତେଣୁ ଯାତାୟତରେ ବାଧାପ୍ରାପ୍ତ ହେଉଛି।ସୁଚନାମତେ ଖଣ୍ଡହତା ଗ୍ରାମରେ ଗଡଭିତର ଓ ବାହାରିପଡା ରେ ଦୁଇଟି ଜଗନ୍ନାଥ ମନ୍ଦିର ରହିଛି।କାହିଁ କେତେ ଦିନରୁ ଏଠାରେ ଉଭୟ ସାହିରେ ରଥଯାତ୍ରା ହୋଇଆସୁଅଛି । ଚଳିତ ବର୍ଷ ଜବରଦଖଲ ଉଚ୍ଛେଦ ହେତୁ ଗ୍ରାମର ଛକ ଓସାରିଆ ହୋଇ ଥିବାରୁ ଉଭୟ ସାହିର ରଥ କୁ ରଥ ଟଣାପରେ ଛକ କୁ ଅଣାଯାଇଥିଲା। ଛକରେ ରଥ ରଖିବାକୁ କେନ୍ଦ୍ର କରି ଦେଖାଦେଇଥିଲା ଯୁକ୍ତିତର୍କ।ଉଭୟ ସାହିର ଲୋକଙ୍କ ମଧ୍ୟରେ ଗୋଷ୍ଠି ସଙ୍ଘର୍ଷ ହୋଇ ପଥରମାଡ ମଧ୍ୟ ହୋଇଥିଲା। ଖବରପାଇ ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇ,ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ,ଏଏସଆଇ ଦିପ୍ତିରଞ୍ଜନ ଦିଗାଲ ପ୍ରମୁଖ ଘଟଣାସ୍ଥଳକୁ ଆସି ଉଭୟ ସାହିର ଲୋକଙ୍କ ସହିତ ଆଲୋଚନା କରିଥିଲେ। ପୋଲିସ ଉପସ୍ଥିତିରେ ଉଭୟ ସାହିରୁ ପଥରମାଡ ହୋଇଥିଲା।

ଏଥିରେ କେତେକ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ।ସମସ୍ୟାର ସମାଧାନ ନ ହେବାରୁ ବୁଧୁବାର ସୁବଳୟା ଥାନାରେ ଏକ ଶାନ୍ତି କମିଟୀ ଗଠନ ମଧ୍ୟ କରାଯାଇ କରାଯାଇଥିଲା। ଶାନ୍ତି କମିଟୀ ରେ ସ୍ଥାନୀୟ ଉପଜିଲାପାଳ ଅଶୋକ କୁମାର ଭୋଇ ,ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ,ଏସଡିପିଓ ଡୋଳାମଣି ଭୋଇ,ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଓ ଗ୍ରାମର ଉଭୟ ସାହିର ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।ଉଭୟ ପକ୍ଷ ରଥ ପଛକୁ ନେବା କୁ ରାଜି ହୋଇଥିଲେ।ମାତ୍ର ଗ୍ରାମକୁ ଆସିବା ପରେ ପୁଣି ଉଭୟ ସାହିର ଲୋକେ ଏଥିରେ ରାଜି ହେଲେ ନାହିଁ। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ।ଏବେ ରାସ୍ତାରେ ଉଭୟ ସାହିର ରଥ ମୁହାଁ ମୁହିଁ ହୋଇ ରହିଛି।ଫଳରେ ରାସ୍ତା ଜାମ ହୋଇ ରହିଛି। ଉକ୍ତ ରାସ୍ତା ଦେଇ ଏବେ ଗାଡିମଟର ଯାତାୟତ କରିପାରୁ ନାହିଁ। ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣ ରେ ଦାବୀ ହୁଏ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ