ଏଣିକି ଡ୍ରୋନ ପହଞ୍ଚାଇବ ସ୍ୱାସ୍ଥ୍ୟସେବା; କନ୍ଧମାଳରେ ପ୍ରଥମ ଥର ଡ୍ରୋନ ସ୍ୱାସ୍ଥ୍ୟ ସେବା ଆରମ୍ଭ 


କନ୍ଧମାଳ: ଏଣିକି ଡ୍ରୋନ ପହଞ୍ଚାଇବ ସ୍ୱାସ୍ଥ୍ୟସେବା। ଏହି ସେବା ପ୍ରଥମ ଥର ପାଇଁ କନ୍ଧମାଳରେ ଆରମ୍ଭ ହୋଇଛି। ଡ୍ରୋନ୍‌ ପହଞ୍ଚାଉଛି ସ୍ୱାସ୍ଥ୍ୟସେବା। ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡ୍ରୋନ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ କରାଯାଇଛି । ଏହା ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶର ଆଉ ଏକ ନୂତନ ଅଧ୍ୟାୟ ବୋଲି କୁହାଯାଉଛି। ଦେଶର ଉତ୍ତର ପୂର୍ବାଞ୍ଚଳରେ ଏହି ସେବା ଆରମ୍ଭ ହୋଇସାରିଛି। ଏହାପରେ ସମଗ୍ର ଦେଶରେ ଏହା ପ୍ରଥମ ବୋଲି କୁହାଯାଉଛି ।

ଦୁର୍ଗମ ଅଞ୍ଚଳରେ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ସହିତ ଖୁବ କମ ସମୟ ମଧ୍ୟରେ ବିଭିନ୍ନ ଜାଗାକୁ ଔଷଧ ପହଞ୍ଚାଇବାରେ ଏହି ଡ୍ରୋନ ନିୟୋଜିତ ହେବ । ସମ୍ପୂର୍ଣ୍ଣ ସ୍ୱଂୟଚାଳିତ ଏବଂ ବାତାନୁକୂଳ ଏହି ଡ୍ରୋନ ସମୁଦ୍ର ପତନ ଠାରୁ ୧ ହଜାର ଫୁଟ ଉଚ୍ଚରେ ଘଣ୍ଟାକୁ ପ୍ରାୟ ଶହେ କିମି ବେଗରେ ଉଡିପାରିବ ବୋଲି କନ୍ଧମାଳ ସିଡିଏମଓ ସୂଚନା ଦେଇଛନ୍ତି ।