Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ପେଡ଼ ହାପିନେସ ଫାଉଣ୍ଡେସନ ତରଫରୁ ପୁନେରେ ପାନୀୟଜଳ ବଣ୍ଟନ ଓ ସଫେଇ କାଯ୍ୟକ୍ରମ

ବେଲଗୁଣ୍ଠା: ଅନନ୍ତକୋଟି ବିଶ୍ୱବ୍ରହ୍ମାଣ୍ଡଧାରି ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହାରାଷ୍ଟ୍ର ପୁନେ ର ଖଡ଼କି ଠାରେ ଧୁମଧାମରେ ପାଳନ ହୋଇଛି । ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ତରଫରୁ ରଥଯାତ୍ରାର ସୁରକ୍ଷା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ଭକ୍ତମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ବୋତଲ ଯୋଗାଇଦିଆଯାଇଥିଲା ।ଜନଗହଳିପୂର୍ଣ୍ଣ ବାତାବରଣରେ ସ୍ୱଚ୍ଛ ପାଣିର ଆବଶ୍ୟକତା ସଭିଁଙ୍କହେତୁ ସ୍ୱାସ୍ଥ୍ୟକର ହୋଇଥାଏ । ତେଣୁକରି ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ତରଫରୁ ରଥଯାତ୍ରାରେ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟପୂର୍ଣ୍ଣ ମିନେରାଲଯୁକ୍ତ ପିଇବା ପାଣି ପ୍ରଦାନ କରାଯାଇଥିଲା । ସଂଗଠନର ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ରଙ୍କ ତତ୍ୱାବଧାନରେ ପରିବେଶକୁ ସ୍ୱଚ୍ଛ ଓ ପରିମଳ ରଖିବାର ମୂଳମନ୍ତ୍ରକୁ ଏହି ସଂଗଠନ ରଥଯାତ୍ରା ସମୟରେ ପ୍ରକଟିତକରି କାର୍ଯ୍ୟରେ ପରିଣତ କରିଥିଲେ ।

ଏଥିରେ ମୁଖ୍ୟ ନେତୃତ୍ତ୍ୱଭାବେ ସମ୍ପାଦକ ଆନନ୍ଦ ମହାପାତ୍ର , ଉପସଭାପତି ବୈଜୟନ୍ତି ବାରିକ୍ , ସ୍ୱେଚ୍ଛାସେବି ଅକ୍ଷୟ ଜେନା , ସତ୍ୟପ୍ରକାଶ ଦାସ , ଶ୍ରୀକାନ୍ତ ପରିଡା ,ସଚ୍ଚି,ଅବିନାଶ, ଗଣେଶ ଏବଂ UPES ଛାତ୍ର ବରୁଣ ମହାଜନ ଏହି ପାଣି ବଣ୍ଟନ ଓ ସଫାଇ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହୋଯଗ କରିଥିଲେ ।ପ୍ରଦୁର୍ଷଣକୁ ଦୃଷ୍ଟିରେ ରଖି ବ୍ୟବହାର ହୋଇଥିବା ପ୍ଲାସ୍ଟିକ୍ ପାଣି ବୋତଲକୁ ସ୍ପ୍ରେଡ୍ ହେପିନେସର କାର୍ଯ୍ୟକର୍ତ୍ତାମାନେ ସଂଗ୍ରହକରି ପୁନଃପ୍ରକ୍ରିୟାକରଣ ନିମନ୍ତେ ଉପଯୁକ୍ତ ସ୍ଥାନରେ ଗଚ୍ଛିତକରି ରଖିଥିଲେ ଏବଂ ସ୍ୱଚ୍ଛତାକୁ ସମ୍ପୂର୍ଣ୍ଣଭାବରେ ତଦାରଖ୍ କରିଥିଲେ ।ବିଭିନ୍ନ ରାଜ୍ୟରୁ ଲୋକେ ଆସି ଏହି ରଥଯାତ୍ରାରେ ସାମିଲ ହୋଇଥିଲେ । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରେ ଜଗନ୍ନାଥ ପ୍ରେମି ଭକ୍ତମାନେ ସ୍ୱଚ୍ଛ ମିନେରାଲ୍ ପାଣି ପିଇ ଦୃଦୟର ତୃଷ୍ଣା ମେଣ୍ଟାଇବା ସହିତ ରଥଯାତ୍ରାର ମଜା ନେଇଥିଲେ ।