Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାସ୍ତା କୁ ଖୋଲି।ଦେବାରୁ ଚିଲିଗୁଡା ଓଲମା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ଅସୁବିଧା ର ସମ୍ମୁଖୀନ ଜନସାଧାରଣ।

କୋକସରା:୨୩/୦୬ କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ରୁ ଓଲମା କୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ନିର୍ମାଣ ହୋଇଥିବା ରାସ୍ତା କୁ ଶୁକ୍ରବାର ସକାଳେ ଚିଲିଗୁଡା ଗ୍ରାମ ର ଜଣେ ଲୋକ ରାସ୍ତା କଡ଼ ରେ ପାଣି ଜମୁଥିବାରୁ ରାସ୍ତା କୁ ଖୋଲି ଦେଇଥିବା ଦେଖିବାକୁ ମିଳିଛି।ଫଳରେ ଏହି ରାସ୍ତା ଦେଇ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ ହୋଇ ପଡିଛି। ସୁଚନା ମତେ ଚିଲିଗୁଡା ଗ୍ରାମ ର ଜଣେ ଲୋକ ନିଜ ଘର ଆଗରେ ବର୍ଷା ଓ ଡ୍ରେନ ର ମଇଳା ପାଣି ଜମା ହେଉଥିବା ବେଳେ ଡ୍ରେନ ସଫା ନଥିବାରୁ ପାଣି ନିଷ୍କାସନ ହୋଇ ପାରୁ ନଥିଲା ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ଘର ସମ୍ମୁଖରେ ଡ୍ରେନ ର ମଇଳା ପାଣି ଜମା ହେବା କାରଣ ରୁ ରାସ୍ତା କୁ ଖୋଳି ଦେଇଥିବା ଜଣାପଡିଛି। ଏନେଇ ଗ୍ରାମବାସୀ ମାନେ କୋକସରା ସରପଞ୍ଚ ଓ ରାସ୍ତା ନିର୍ମାଣ କାରୀ ସଂସ୍ଥା ଆର.ଡି ବିଭାଗ କୁ ଖବର ଦେଇଥିଲେ। ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଗାଁ ଲୋକଙ୍କ ସହ ଆଲୋଚନା କରି ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିବା ଜଣାପଡିଛି।ତେବେ ରାସ୍ତା ଖୋଳି ଦେଇଥିବାରୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀଘ୍ର ରାସ୍ତା ମରାମତି କରିବାକୁ ଚିଲିଗୁଡା ଗ୍ରାମବାସୀ ମାନେ ଦାବି କରିଛନ୍ତି।