Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଶରଧାବାଲିରେ ଦକ୍ଷିଣ ମୋଡ ହେବେ ୩ ରଥ

ପୁରୀ: ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ଫେରିବାକୁ ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ତରତର ହେଲେଣି ମହାପ୍ରଭୁ। ଏଥିପାଇଁ ଆଜି ଶରଧାବାଲିରେ ୩ ରଥ ଦକ୍ଷିଣ ମୋଡ ହେବେ। ଏଥିପାଇଁ ୩ ରଥକୁ ଭଲ ଭାବରେ ଯାଞ୍ଚ କରାଯାଇଛି।

ନନ୍ଦିଘୋଷ ରଥର ଚକରେ ୪ଟି କ୍ଲାମ୍ପ ଲାଗିଛି। ରଥ ଦକ୍ଷିଣ ମୋଡରେ ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାର ସମ୍ମୁଖରୁ ତିନି ରଥ ଟଣା ହୋଇ ନାକଚଣା ଦ୍ୱାରକୁ ଆସିବେ । ଦକ୍ଷିଣ ମୋଡ଼ ସରିବା ପରେ ତିନି ରଥର ତଦାରଖ କରାଯିବ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ମଧ୍ୟାହ୍ନ ୧୨.୩୦ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ହେବ। ବିଧି ଅନୁଯାୟୀ, ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୁହାଁ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ