କୁକୁର ଆକ୍ରମଣ ରେ ଏକ ହରିଣର ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ନାକଡେଇଁ ଗ୍ରାମ ବନ୍ଧ ନିକଟରେ କୁକୁର ଆକ୍ରମଣରେ ଏକ ଅଣ୍ଡିରା ହରିଣ ର ମୃତ୍ୟୁ ଘଟିଥିବା ଜଣାଯାଇଛି l ସୂଚନା ଅନୁସାରେ ଏକ ଅଣ୍ଡିରା ହରିଣ ଉକ୍ତ ବନ୍ଧକୁ ପାଣି ପିଇବାକୁ ଆସିଥିଲା l ସେହି ସମୟର ହରିଣକୁ ଡେଖି କୁକୁର ମାନେ ଆକ୍ରମଣ କରିଥିଲେ l ଫଳରେ ହରିଣର ମୃତ୍ୟୁ ଘଟିଥିଲା l ଖବର ପାଇ ଉଲୁଣ୍ଡା ରେଞ୍ଜର ନିଜ ଟିମ୍ ଶହ ଘଟଣା ସ୍ଥଳରେ ପହଞ୍ଚି ହରିଣ ର ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପୋଡି ଦେଇଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l