Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷିଣ ମୋଡ ନେଉଛନ୍ତି ତିିିନି ରଥ

ପୁରୀ: ଆଜି ତିିନି ରଥ ନେଉଛନ୍ତି ଦକ୍ଷିଣ ମୋଡ। ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେଉଛି ରଥ । ପରମ୍ପରା ଅନୁଯାୟୀ ପ୍ରଥମେ ମା ସୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯାଏ। ଏହାପରେ ବଡ଼ ଭାଇ ବଳଭଦ୍ରଙ୍କ ରଥ ଏବଂ ଶେଷରେ କାଳିଆ ସାଆନ୍ତଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯାଇଥାଏ।

ଶ୍ରୀମନ୍ଦିର ଫେରିବାକୁ ତରତର ହେଲେଣି ମହାପ୍ରଭୁ। କାଲି ବଡଠାକୁରଙ୍କର ହେରା ପଂଚମୀ ନୀତ ଅନୁଷ୍ଠିତ ହୋଇଥିଲା। ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ୨୮ତାରିଖରେ ଶ୍ରୀଜିଉଙ୍କ ବାହୁଡାଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ବଡଠାକୁର। ତେବେ ଆଜି ରଥର ଦକ୍ଷିଣ ମୋଡ ପୂର୍ବରୁ ତିନି ରଥର ଯାଂଚ କରାଯାଇଛି । ନନ୍ଦିଘୋଷ ରଥରେ ୪ଟି କ୍ଲାମ୍ପ ଲଗାଯାଇଛି ବିଶ୍ୱକର୍ମା ଓ ଭୋଇ ସେବକମାନେ ଓ ରଥ ଯାଂଚ କମିଟି ସଦସ୍ୟ ମାନଙ୍କ ଦ୍ୱାରା ରଥ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ