ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି; ଦକ୍ଷିଣ ମୋଡ଼ ନେଉଛନ୍ତି ନନ୍ଦିଘୋଷ ରଥ


ପୁରୀ: ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ତିିନିଠାକୁର। ଗତକାଲି ତିିନି ରଥ ମଧ୍ୟରୁ ମା’ ସୁଭଦ୍ରାଙ୍କ ରଥ ଓ ବଡ଼ ଭାଇ ବଳଭଦ୍ରଙ୍କ ରଥ ଦକ୍ଷିଣ ମୋଡ଼ କରାଯାଇଛି । ଏହାପରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ପ୍ରକ୍ରିୟା ଆରମ୍ଭ ହୋଇଛି । ନାକଚଣା ଦ୍ୱାର ସମ୍ମୁଖରେ ଲାଗିବ ତିନି ରଥ । ପ୍ରଥମେ ଆଜ୍ଞାମାଳ ବି‌ଜେ ହୋଇଥିଲା ଏହାପରେ ପରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା ।

ଏବେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି । ଏବେ ନାକଚଣା ଦ୍ୱାର ସମ୍ମୁଖରେ ଦୁଇ ରଥ ରଖାଯାଇଛି । ବିଶ୍ୱକର୍ମା ଓ ଭୋଇ ସେବକ ଓ ରଥ ଯାଂଚ କମିଟି ସଦସ୍ୟ ମାନଙ୍କ ଦ୍ୱାରା ରଥ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆସନ୍ତା ୨୮ ତାରିଖରେ ମହାପ୍ରଭୁଙ୍ମ ବାହୁଡା ଯାତ୍ରା।