Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅସହାୟ ପରିବାର କୁ ଭେଟିଲେ ପ୍ରତିନିଧି ଦଳ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ପଞ୍ଚାୟତ ହନୁମାନ ପାଲି ଗ୍ରାମରେ ଏକ ପରିବାରର ଶିଶୁ ମାନେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ସୂଚନା ପାଇଥିଲେ l ଶିଶୁଙ୍କୁ ଯଥାଶୀଘ୍ର ଥଇଥାନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ରବିବାର ଜିଲ୍ଲା ସୁରକ୍ଷା ୟୁନିଟ,ଜିଲ୍ଲା ଶିଶୁ ମଙ୍ଗଲ ଓ ଚାଇଲ୍ଡ ଲାଇନ ର ଏକ ପ୍ରତିନିଧିଦଳ ଉକ୍ତ ପରିବାରକୁ ଭେଟି ଶିଶୁମାନଙ୍କ ଥଇଥାନ ସମ୍ପର୍କରେ ଆଲୋଚନା କରିଥିଲେ l ଗତ ତିନି ମାସ ପୂର୍ବରୁ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ହରିହର ମେହେର ପରିବାର ଙ୍କର ପାଖରେ ପହଞ୍ଚି ଶିଶୁ ମାନଙ୍କର ଥଇଥାନ ବିଷୟରେ ଆଲୋଚନା କରିଛନ୍ତିି। ମୃତ୍ୟୁ ପରେ ହରିହର ର ଚାରି ଶିଶୁ ଓ ବିଧବା ମହିଳା ଶାନ୍ତି ମେହେର (୩୫)ଅସହାୟ ଅବସ୍ଥାରେ ଥିବା ଜଣା ପଡିବା ପରେ ଜିଲ୍ଲାପାଳ ଶିଶୁ ମାନଙ୍କୁ ଯଥା ଶିଘ୍ର ଥଇଥାନ କରିବାକୁ ଜିଲ୍ଲା

ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ନିର୍ଦେଶ ଦେଇଥିଲେ। ଏଥିରେ ତତ୍ପରତା ପ୍ରକାଶ କରି ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଚାଇଳ୍ଟ ଲାଇନ କୁ ଖବର ଦେଇଥିଲେ। ଶିଶୁ ସୁରକ୍ଷା ୟୁନିଟ ରୁ କେଶବ ଚନ୍ଦ୍ର ମେହେର , ଶିଶୁ ମଙ୍ଗଳ ସମିତି ସଭ୍ୟ ହେମନ୍ତ ସା, ଚାଇଳ୍ଟ ଲାଇନ ସଦସ୍ୟ ସୁଦାମ ଗାଇଗରିଆ ଓ ମନୋଜ କୁମାର ସ୍ବାଇଁ ମୃତ ହରିହର ମେହେର ଙ୍କ ଶିଶୁ କନ୍ୟା ଅଙ୍କିତା ମେହେର, ଅର୍ଚ୍ଚିତା ମେହେର,ସଞ୍ଚିତା ମେହେର, କ୍ରିଷ୍ଣା ମେହେର କିପରି ଥଇଥାନ କରାଯିବ ସେ ବିଷୟରେ ଆଲୋଚନା କରାଯାଇ ଥିଲା। ଜଣେ ଶିଶୁ କୁ ଶିଶୁ ଗୃହ କୁ ଅଣାଯିବା ସହ ଅନ୍ୟ ଦୁଇ ଶିଶୁ ମାନଙ୍କୁ ପୃଷ୍ଟ ପୋଷକତାରେ ମାସକୁ ଚାରି ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ପରିତାପର ବିଷୟ ରାଜ୍ୟ ସରକାରଙ୍କର ବୟନ ଶିଳ୍ପ ବିଭାଗ ତରଫରୁ ଅନେକ ଗୁଡ଼ିଏ ସୁବିଧା ସୁବିଧା ସୁଯୋଗ ଥିବା ସତ୍ତ୍ବେ ସବୁଥିରୁ ବଞ୍ଚିତ ହୋଇଛନ୍ତି ଶାନ୍ତି ମେହେର ପରିବାର । ଏହି ଅବହେଳିତ ନିସହାୟ ପରିବାର ବର୍ଗଙ୍କୁ ବୟନ ବିଭାଗ ପକ୍ଷରୁ ଯଥାଶିଘ୍ର ସହାୟତା ଯୋଗାଇଦେବା ଜରୁରୀ ମନେ କରନ୍ତି ଗ୍ରାମବାସୀ I