Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା; ଆଜି ଜନ୍ମବେଦିରେ ଶ୍ରୀଜିଉଙ୍କ ଶେଷ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: କାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା। ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଅପରାହ୍ନ ୫ଟା ଯାଏ ଦର୍ଶନ କରିବେ ଭକ୍ତ। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ବଡଠାକୁର। ଏଥିପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି।

ସକାଳ ୭ଟାରୁ ଆରମ୍ଭ ହୋଇସାରିଛି ମହାପ୍ରଭୁଙ୍କ ଦର୍ଶନ। ଏହି ଦର୍ଶନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୫ଟାରୁ ଦର୍ଶନ ବନ୍ଦ କରି ବାହୁଡ଼ା ପହଣ୍ଡି ପ୍ରସ୍ତୁତି ଆରମ୍ଭ ହେବ। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

୨୯ତାରିଖରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶର ମନୋରମ ଦୃଶ୍ୟ ଉପଭୋଗ କରିବେ ଭକ୍ତ। ଏହାପରେ ଜୁଲାଇ ୧ରେ ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ