Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦାବେନ୍‌; ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତ୍ନୀ ଯଶୋଦାବେନ । ସେଥିପାଇଁ ସେ ଗତକାଲି ବିଳମ୍ବିତ ରାତିରେ ପୁରୀ ପହଞ୍ଚିଛନ୍ତି। ଯଶୋଦାବେନ୍‌ ତାଙ୍କ ଭାଇ ଅଶୋକ ମୋଦୀଙ୍କ ସହ ପୁରୀ ଆସିଛନ୍ତି। ତାଙ୍କ ସହ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଅଛନ୍ତି।

ସର୍କିଟ ହାଉସରେ ରାତ୍ରିଯାପନ କରିବା ପରେ ଆଜି ସକାଳୁ ସକାଳୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଆଡପ ମଣ୍ଡପରେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ଯଶୋଦାବେନ । ସମ୍ପର୍କୀୟଙ୍କ ସହ ଆଜି ମହାବାହୁଙ୍କ ସନ୍ଧ୍ୟା ଦର୍ଶନ ମଧ୍ୟ କରିବେ ।  ଯଶୋଦାବେନଙ୍କ ସହ ଶୋଭନୀୟ ଆନ୍ଦୋଳନ ନିର୍ଦ୍ଦେଶକ ଅରୁନ୍ଧତୀ ଦେବୀ ମଧ୍ୟ ଯଶୋଦା ବେନଙ୍କ ସହ ଦର୍ଶନ ପାଇଁ ପୁରୀ ଆସିଛନ୍ତି । ଏମାନଙ୍କୁ ସହାୟତା କରିବା ପାଇଁ ସାଥୀରେ ଅଛନ୍ତି ବିଶ୍ୱ ଓଡ଼ିଆ ସମାଜ ଅଧ୍ୟକ୍ଷ ତଥା ସାମ୍ବାଦିକ କିଶୋର ଦ୍ୱିବେଦୀ ।

ସାଧାରଣତଃ ବିଶ୍ବାସ ରହିଛି ଯେ ୧୦ ବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ଗୋଟେ ଥର ଜନ୍ମବେଦୀର ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ସମାନ। ଶ୍ରୀଜିଉଙ୍କୁ ଆଡପ ମଣ୍ଡପରେ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ