Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାହୁଡା ଯାତ୍ରା କହି ଛୁଟିରେ ରହିଲେ ଶିକ୍ଷକ ; ସ୍କୁଲ ବାରଣ୍ଡାରେ ବସିଲେ ଛାତ୍ରଛାତ୍ରୀ

ବୀରମହାରାଜପୁର :‌ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ବୁଠିପଦର କ୍ଲଷ୍ଟର ର ରାମ୍ଭିପାଲି ୟୁପି ସ୍କୁଲ କୁ ମଙ୍ଗଳବାର ଦିନ କୌଣସି ଶିକ୍ଷକ ଆସି ନ ଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ମଙ୍ଗଳବାର ଦିନ ବାହୁଡାଯାତ୍ରା ଛୁଟି ବୋଲି ଘୋଷଣା କରି ପ୍ରଧାନ ଶିକ୍ଷକ ରବି ନାରାୟଣ ଭୋଇ ଓ ସହକାରୀ ଶିକ୍ଷକ ପ୍ରଦୀପ ନାଏକ ସ୍କୁଲ କୁ ଆସି ନ ଥିଲେ । ଫଳରେ ସ୍କୁଲ କୁ ଯଥା ସମୟରେ କୌଣସି ଛାତ୍ର ଛାତ୍ରୀ ମଧ୍ୟ ଆସି ନ ଥିଲେ। ଅଂଚଳର ସବୁ ସ୍କୁଲ ଖୋଲା ରହିଥିବା ବେଳେ ରାମ୍ଭିପାଲି ପ୍ରାଥମିକ ସ୍କୁଲ ବନ୍ଦ ରହିଥିବା ଦେଖି କେତେକ ଅବିଭାବକ ବୁଠିପଦର କ୍ଲଷ୍ଟର ସି ଆର ସି ସି ଅଜିତ ନାଏକ ଙ୍କୁ ଜଣାଇ ଥିଲେ । ଏନେଇ ସିଆରସିସି ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାର ଙ୍କୁ ଅବଗତ କରିଥିଲେ। ବିଇଓ ଙ୍କ ନିର୍ଦ୍ଦେଶ କ୍ରମେ ନିକଟସ୍ଥ ଗୁଢିପାଲି ସ୍କୁଲ ରୁ ଜଣେ ଶିକ୍ଷକ କ୍ଷେତ୍ରବାସୀ ମେହେର ଙ୍କୁ ଡେପୁଟେସନରେ ପଠାଇ ପୂର୍ବାହ୍ନ ୧୧ଘଣ୍ଟା ୩୦ ମିନିଟ ସମୟରେ ସ୍କୁଲ ଖୋଲି ଥିଲେ। ସୁଚନାମତେ ରାମ୍ଭିପାଲି ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହି ପାଞ୍ଚୋଟି ଶ୍ରେଣୀରେ ସମୁଦାୟ ୨୪ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ସୋମବାର ଉଭୟ ଶିକ୍ଷକ ମଙ୍ଗଳବାର ବାହୁଡାଯାତ୍ରା ଛୁଟି ଘୋଷଣା କରିଥିଲେ। ସ୍କୁଲ ବନ୍ଦ ରହିବାରୁ ଅବିଭାବକ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗୁଡିପାଲି ସ୍କୁଲ ର ଶିକ୍ଷକ ଜଣକ ସ୍କୁଲ କୁ ଆସିଥିଲେ । ପରେ ଘର ଘର ଯାଇ ପିଲାଙ୍କୁ ଡକା ଯିବା ପରେ ୧୯ଜଣ ଛାତ୍ରଛାତ୍ରୀ ସ୍କୁଲ କୁ ଆସିଥିଲେ । ମାତ୍ର ସ୍କୁଲର ଚାବି ନ ଥିବାରୁ ସ୍କୁଲ ବାରଣ୍ଡାରେ ପିଲାମାନେ ବସିଥିଲେ। ନିକଟସ୍ଥ ଗୁଢିପାଲି ସ୍କୁଲ ରୁ ମଧ୍ୟାହ୍ନ ଭୋଜନ ଆଣି ଦିଆଯାଇଥିଲା ।

ଏନେଇ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ରବିନାରାୟଣ ଭୋଇ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା। ଏନେଇ ବୁଠିପଦର ସିଆରସିସି ଅଜିତ ନାଏକ ଙ୍କୁ ପଚାରିବାରୁ ସେ ଖବର ପାଇଲା ପରେ ବିଇଓ ଙ୍କୁ ସୁଚନା ଦେଇ ସ୍କୁଲ ଖୋଲିବାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ଏନେଇ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାର ଙ୍କୁ ପଚାରିବାରୁ ସ୍କୁଲ ର ଉଭୟ ଶିକ୍ଷକ ଅନୁପସ୍ଥିତ ଥିଲେ । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।